ବଲାଙ୍ଗୀର: ଟିଟଲାଗଡ଼ ଆର୍‌ପିଏଫ୍‌ ଅଧିକାରୀଙ୍କୁ ଆକ୍ରମଣ

ବଲାଙ୍ଗୀର: ଟିଟଲାଗଡ଼ ଆର୍‌ପିଏଫ୍‌ ଅଧିକାରୀଙ୍କୁ ଆକ୍ରମଣ

ବଲାଙ୍ଗୀର: ଗତ ରାତିରେ ଟିଟଲାଗଡ଼ ରେଳବାଇ ଥାନା ଅଧିକାରୀ ସୁଶୀଳ କୁମାର ପାଠକଙ୍କୁ କେତେକ ଅଜ୍ଞାତ ଆକ୍ରମଣକାରୀ ଗୁରୁତର ଆହତ କରିଛନ୍ତି।

ଶ୍ରୀ ପାଠକ ଗତ ରାତି ପ୍ରାୟ ଗୋଟାଏ ବେଳେ ସମ୍ବଲପୁର କ୍ରାଇମ୍‌ ମିଟିଙ୍ଗ୍‌ରେ ଯୋଗ ଦେଇ ଟିଟଲାଗଡ଼ ଷ୍ଟେସନ୍‌କୁ ଫେରିଥିଲେ। ସେଠାରୁ ସେ ପୁରୁଣା ମାଲଗୋଦାମ ନିଟକସ୍ଥ ତାଙ୍କ ଘରକୁ ଫେରୁଥିବା ବେଳେ ତିନି ଜଣ ଅଜ୍ଞାତ ଲୋକ ଲୁହାଛଡ଼ ଓ ପାଇପ୍‌ ଯୋଗେ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ଦେହର ବିଭିନ୍ନ ସ୍ଥାରେ କ୍ଷତ ହେବା ସହ ମୁଣ୍ଡରେ ଅଧିକ ଆଘାତ ଲାଗିଛି।

ଚିକିତ୍ସା ପାଇଁ ତାଙ୍କୁ ଟିଟଲାଗଡ଼ ସଦର ହସ୍‌ପିଟାଲ ନିଆଯାଇଥିଲା। ଆଜି ସକାଳେ ତାଙ୍କୁ ରେଳବାଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେଠାରୁ ତାଙ୍କୁ ସମ୍ବଲପୁରସ୍ଥିତ ଡିଭିଜ୍‌ନାଲ୍‌ ରେଲ୍‌େଓ୍ଵ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା କରାଯାଉଛି।

ଆକ୍ରମଣକାରୀମାନେ ମୁହଁରେ କଳାଲୁଗା ବାନ୍ଧି ଥିବାରୁ ସେମାନଙ୍କର ପରିଚୟ ଜଣାପଡ଼ି ନାହିଁ।
ମାମଲା ରୁଜୁ ପାଇଁ ଏଫ୍‌ଆଇଆର୍‌ ପ୍ରସ୍ତୁତି ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe