ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ ଘଟଣା, ଅଭିଯୁକ୍ତକୁ ୩ ବର୍ଷ ଜେଲ୍

ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ୫ ବର୍ଷ କାରାଦଣ୍ଡାଦେଶ

ପଦ୍ମପୁର: ପଦ୍ମପୁର ବ୍ଲକ ଖଲିଆପାଲିର ପୂର୍ବତନ ସରପଂଚ କେତନ ମେହେର ବାଇକ୍‌ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ତେଣ୍ତାପଦର ଛକରେ ଝାଙ୍କରପାଲିର ତପି ବିଶି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଟାଙ୍ଗିଆରେ ଆକ୍ରମଣ କରିଥିଲା। ଫଳରେ ଶ୍ରୀ ମେହେର ଗୁରୁତର ହୋଇଥିଲେ।

ତାଙ୍କୁୁ ଚିକିତ୍ସା ପାଇଁ ବୁର୍ଲା ଭିମ୍‌ସାରକୁ ନିଆଯାଇଥିଲା। ଏ ସଂକ୍ରାନ୍ତରେ ପଦ୍ମପୁର ଥାନାରେ ଅଭିଯୋଗ ହୋଇଥିଲା। ଆସିଷ୍ଟାଣ୍ଡ ସେସନ ଜର୍ଜ ଅଭିନନ୍ଦିତା ପଣ୍ତା ଉକ୍ତ କେସ୍‌ର ଶୁଣାଣି କରି ଅଭିଯୁକ୍ତକୁ ୩ ବର୍ଷ ଜେଲ ଦଣ୍ତ ଓ ୫ ହଜାର ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ତିନି ମାସ ଜେଲ୍‌ ଦଣ୍ତ ପାଇଁ ଆଦେଶ ଦେଇଛନ୍ତି। ଆଇନଜୀବୀ ରଜନୀକାନ୍ତ ଦାଶ ସରକାରଙ୍କ ପକ୍ଷରୁ କେସ୍‌ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe