Assembly: ସରିଲା ବିଧାନସଭା: ୧୮ଟି କାର୍ଯ୍ୟ ଦିବସ ବାକି ଥିଲା, ବଢ଼ିଲା ବିଧାୟକଙ୍କ ଦରମା, ଭତ୍ତା

Advertisment

ନଭେମ୍ବର ୨୭ରୁ ଆରମ୍ଭ ହୋଇଥିବା ସପ୍ତଦଶ ବିଧାନସଭାର ପଞ୍ଚମ ଅଧିବେଶନ ଆଜି ଶେଷ ହୋଇଛି। ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ ବୋଲି ପୂର୍ବରୁ ସ୍ଥିର ହୋଇଥିଲେ ହେଁ ୧୮ଟି କାର୍ଯ୍ୟ ଦିବସ ପୂର୍ବରୁ  ବାଚସ୍ପତି ସୁରମା ପାଢ଼ୀ ଆଜି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି।

ନଭେମ୍ବର ୨୭ରୁ ଆରମ୍ଭ ହୋଇଥିବା ସପ୍ତଦଶ ବିଧାନସଭାର ପଞ୍ଚମ ଅଧିବେଶନ ଆଜି ଶେଷ ହୋଇଛି। ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ ବୋଲି ପୂର୍ବରୁ ସ୍ଥିର ହୋଇଥିଲେ ହେଁ ୧୮ଟି କାର୍ଯ୍ୟ ଦିବସ ପୂର୍ବରୁ  ବାଚସ୍ପତି ସୁରମା ପାଢ଼ୀ ଆଜି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି।

assembly
ଭୁବନେଶ୍ବର: ନଭେମ୍ବର ୨୭ରୁ ଆରମ୍ଭ ହୋଇଥିବା ସପ୍ତଦଶ ବିଧାନସଭାର ପଞ୍ଚମ ଅଧିବେଶନ ଆଜି ଶେଷ ହୋଇଛି। ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ ବୋଲି ପୂର୍ବରୁ ସ୍ଥିର ହୋଇଥିଲେ ହେଁ ୧୮ଟି କାର୍ଯ୍ୟ ଦିବସ ପୂର୍ବରୁ  ବାଚସ୍ପତି ସୁରମା ପାଢ଼ୀ ଆଜି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ଫଳରେ ମୋଟ୍ ୨୯ଟି କାର୍ଯ୍ୟ ଦିବସରୁ ଏହି ଶୀତକାଳୀନ ଅଧିବେଶନ ୧୧ ଦିନରେ ଶେଷ ହୋଇଛି। ଆଜି ଗୃହରେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ପ୍ରସ୍ତାବ ଆଗତ କରିଥିଲେ ‌େଯ ‌ଗୃହରେ ସରକାରଙ୍କ ସମସ୍ତ କାର୍ଯ୍ୟ ଶେଷ ହୋଇଛି। ଆଉ କୌଣସି ସରକାରୀ କାର୍ଯ୍ୟ ନଥିବାରୁ ଗୃହ କାର୍ଯ୍ୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିବାକୁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ଏହାକୁ ଶାସକ ଦଳ ପକ୍ଷରୁ ବିଧାୟକ ସନାତନ ବିଜୁଳି ଏବଂ ଗୌରୀଶଙ୍କର ମାଝୀ ସମର୍ଥନ କରିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବି‌େରାଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏବଂ ବାଚସ୍ପତି ସୁରମା ପାଢ଼ୀ ଉଦ୍‌ଯାପନୀ ବକ୍ତବ୍ୟ ରଖିବା ସହ ଗୃହ ପରିଚାଳନା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହା ସହ ଗୃହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅାଗୁଆ ଇଂରାଜୀ ନବବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। 
ଏହି ଅଧିବେଶନରେ ୧୭,୪୪୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରି ବିଲ୍ ପାରିତ ହେବା ସହ ମୋଟ୍ ୭ଟି ବିଲ୍ ଉପସ୍ଥାପନ ହୋଇଥିଲା ଏବଂ ସମସ୍ତ ବିଲ୍ ପାରିତ ହୋଇଥିଲା। ୨ଟି ଅଧ୍ୟାଦେଶ ଗୃହରେ ଉପସ୍ଥାପନ ହୋଇଥିଲା। ଚଳିତ ଅଧିବେଶନର ଗୁରୁତ୍ବ ହେଉଛି, ଏହି ଅଧିବେଶନ ରାଷ୍ଟ୍ରପତିଙ୍କ ଅଧିବେଶନରୁ ଆରମ୍ଭ ହୋଇଥିଲା ଏବଂ ଗୃହ କାର୍ଯ୍ୟ ପରିଚାଳନାରେ ବିରୋଧୀ ପୂର୍ଣ୍ଣ ସହ‌ଯୋଗ କରିଥିଲେ। ଦୀର୍ଘ ବର୍ଷ ଧରି ବିଧାୟକଙ୍କ ଦରମା, ଭତ୍ତା, ପୂର୍ବତନ ବିଧାୟକଙ୍କ ପେନସନ୍ ନେଇ ଯେଉଁ ଦାବି ହେଉଥିଲା ସେ ସମ୍ପର୍କିତ ବିଲ୍‌ ଉପସ୍ଥାପନ ହେବା ସହ ପାରିତ ହୋଇଥିଲା।
ବଢ଼ିଲା ବିଧାୟକଙ୍କ ଦରମା, ଭତ୍ତା, ଏକାଥରେ ୩ ଲକ୍ଷ ଟପିଲା
ଭୁବନେଶ୍ବର: ବିଧାୟକଙ୍କର ବହୁଦିନର ଦାବି ପୂରଣ ହୋଇଛି। ସେମାନଙ୍କ ଦରମା‌ ଓ ଭତ୍ତା ବୃଦ୍ଧି କରାଯାଇଛି। ଏକାଥରେ ଅଢ଼େଇ ଗୁଣରୁ ଅଧିକ ବଢ଼ିଛି। ପୂର୍ବତନ ବିଧାୟକଙ୍କ ପେନ୍‌ସନରେ ବି ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତୀୟ ତିନିଟି ପୃଥକ୍ ବିଲ୍‌ ବିଧାନସଭାରେ ପାରିତ ହୋଇଛି। ୨୦୨୪ ଜୁନ୍ ମାସରୁ ଏହି ବର୍ଦ୍ଧିତ ଦରମା ଲାଗୁ ହେବ। ଏଣିକି ପ୍ରତି ପାଞ୍ଚ ବର୍ଷରେ ବିଧାୟକଙ୍କ ଦରମା ସ୍ବାଭାବିକ ଭାବେ ବୃଦ୍ଧି ହେବ। ଆଉ ବିଧାନସଭାରେ ବିଲ୍‌ ଆଣିବାକୁ ପଡ଼ିବ ନାହିଁ। ଶେଷ ଥର ପାଇଁ ୨୦୧୭ ମସିହାରେ ବିଧାୟକଙ୍କ ଦରମା ସଂ‌ଶୋଧିତ ହୋଇଥିଲା। ୨୦୧୭ ମସିହା ସଂ‌ଶୋଧନ ପରେ ବିଧାୟକମାନେ ମୂଳଦରମା ବାବଦକୁ ମାସିକ ୩୫ ହଜାର ଟଙ୍କା ପାଉଥିଲେ। ତେବେ ଭତ୍ତା ମିଶାଇଲେ ତାହା ମାସିକ ପାଖାପାଖି ଏକ ଲକ୍ଷ ଟଙ୍କା ହେଉଥିଲା। ଏବେ ସଂଶୋଧନ କରାଯାଇ ମୂଳ ଦରମାକୁ ମାସିକ ୯୦ ହଜାର ଟଙ୍କା କରାଯାଇଛି। ଅନ୍ୟାନ୍ୟ ଭତ୍ତା ମିଶାଇଲେ ମାସିକ ମୋଟ୍‌ ୩.୪୫ ଲକ୍ଷ ଟଙ୍କା ମିଳିବ। ଏହା ବାଦ୍ ସେମାନେ ବିଧାନସଭା ଅଧିବେଶନ ଓ ଷ୍ଟାଣ୍ଡିଂ କମିଟି ବୈଠକରେ ଯୋଗ ଦେବା ପାଇଁ ସିଟିଂ ଆଲାଉନ୍ସ ମଧ୍ୟ ପାଇବେ। ଭତ୍ତା ମଧ୍ୟରେ ଅଛି ନିର୍ବାଚନମଣ୍ଡଳୀ ଭତ୍ତା ୭୫ ହଜାର, ଯାତାୟାତ ଭତ୍ତା ୫୦ ହଜାର, ପତ୍ରପତ୍ରିକା ପାଇଁ ୧୦ ହଜାର, ବିଦ୍ୟୁତ୍‌ ବିଲ୍‌ ୨୦ ହଜାର, ବ୍ୟକ୍ତିଗତ ଗସ୍ତ ଭତ୍ତା ୫୦ ହଜାର, ଚିକିତ୍ସା ଭତ୍ତା ୩୫ ହଜାର ଓ ଟେଲିଫୋନ୍ ଭତ୍ତା ୧୫ ହଜାର। 
ମୁଖ୍ୟମନ୍ତ୍ରୀଙ୍କ ମୂଳ ଦରମା ୪୧ ହଜାରରୁ ବଢ଼ି ୧ ଲକ୍ଷ ଟଙ୍କା ହୋଇଛି। ଅନ୍ୟାନ୍ୟ ଭତ୍ତା‌ ମିଶାଇଲେ ମୁଖ୍ୟମନ୍ତ୍ରୀ ମାସିକ ପାଖାପାଖି ୩ ଲକ୍ଷ ୭୪ ହଜାର ଟଙ୍କା ପାଇବେ। ସେହିପରି କ୍ୟାବିନେଟ୍‌ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀଙ୍କ ମୂଳ ଦରମା ଯଥାକ୍ରମେ ୯୬ ହଜାର ଓ ୯୪ ହଜାର ଟଙ୍କା ହୋଇଛି। ଭତ୍ତା ମିଶାଇଲେ ସେମାନେ ମାସକୁ ପ୍ରାୟ ୩ ଲକ୍ଷ ୬୦ ହଜାର ଟଙ୍କା ପାଇବେ। ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ମଧ୍ୟ ବିଭିନ୍ନ ବୈଠକ ପାଇଁ ଅତିରିକ୍ତ ସିଟିଂ ଆଲାଉନ୍ସ ପାଇବେ। ବାଚସ୍ପତି ଓ ଉପବାଚସ୍ପତି ଦରମା ଓ ଭତ୍ତା ବାବଦକୁ ପାଖାପାଖି ୩ ଲକ୍ଷ ୬୦ ହଜାର ଟଙ୍କା ପାଇବେ। ପୂର୍ବତନ ବିଧାୟକମାନଙ୍କ ମାସିକ ପେନ୍‌ସନ ରାଶି ବି ବୃଦ୍ଧି କରାଯାଇଛି। ସେମାନଙ୍କ ମାସିକ ମୂଳ ପେନ୍‌ସନ ୩୦ ହଜାର ଟଙ୍କାରୁ ବଢ଼ି ୮୦ ହଜାର ଟଙ୍କା ହୋଇଛି। ୫ ବର୍ଷରୁ ଅଧିକ ସମୟ ବିଧାୟକମାନେ ଭାବେ ନିର୍ବାଚିତ ହୋଇଥିଲେ ପ୍ରତି ଅତିରିକ୍ତ ବର୍ଷ ପାଇଁ ବାର୍ଷିକ ୩ ହଜାର ଟଙ୍କା ଲେଖାଏଁ ‌ଅଧିକ ପେନ୍‌ସନ ମିଳିବ। ସେମାନଙ୍କ ଚିକିତ୍ସା ଭତ୍ତା ବାବଦରେ ମାସିକ ୨୫ ହଜାର ଟଙ୍କା ମିଳିବ। ପ୍ରଥମ ଥର ପାଇଁ ପୂର୍ବତନ ବିଧାୟକମାନଙ୍କୁ ମାସିକ ଗସ୍ତ ଖର୍ଚ୍ଚ ବାବଦରେ ୧୨,୫୦୦ ଟଙ୍କା ମିଳିବ। 
ପୂର୍ବତନ ବିଧାୟକଙ୍କ ପେନ୍‌ସନ୍‌ ବି ବୃଦ୍ଧି
ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବାଚସ୍ପତିଙ୍କର ଦରମା ମଧ୍ୟ ବଢ଼ିଲା

ଏ ସଂକ୍ରାନ୍ତରେ ଆଜି ତିନିଟି ବିଲ୍‌ ବିଧାନସଭାରେ ପାରିତ ହୋଇଥିଲା। ଏଗୁଡ଼ିକ ହେଲା ଓଡ଼ିଶା ବିଧାନସଭା ସଦସ୍ୟଙ୍କ ଦରମା, ଭତ୍ତା ଓ ପେନ୍‌ସନ ସଂଶୋଧନ ବିଲ୍‌-୨୦୨୫, ଓଡ଼ିଶା ମନ୍ତ୍ରୀଙ୍କ ଦରମା ଓ ଭତ୍ତା ସଂଶୋଧନ ବିଲ୍‌-୨୦୨୫ ଏବଂ ଓଡ଼ିଶା ବିଧାନସଭା ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ଭତ୍ତା ସଂଶୋଧନ ବିଲ୍‌-୨୦୨୫। ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ, ଏହି ବିଲ୍‌ଗୁଡ଼ିକ ବିଧାନସଭାର ସଦସ୍ୟ, ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ, ସରକାରୀ ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକମାନଙ୍କ ଦରମା, ଭତ୍ତା ଓ ପେନ୍‌ସନ ବାବଦକୁ ଆସିଛି। ବିଧାୟକମାନଙ୍କର ଦରମା ଶେଷ ଥର ପାଇଁ ୨୦୧୭ରେ ସଂଶୋଧନ ହୋଇଥିଲା। ଏହା ଭିତରେ ସଂସଦର ସଦସ୍ୟ ଏବଂ ଅନ୍ୟ ରାଜ୍ୟର ବିଧାୟକମାନଙ୍କ ଦରମା ସଂଶୋଧିତ ହୋଇ ବହୁ ଗୁଣା ବଢ଼ିଛି। ଦରମା ଓ ପେନସନ୍ ବୃଦ୍ଧି ପାଇଁ ବିଧାୟକ ଓ ପୂର୍ବତନ ବିଧାୟକମାନେ ବହୁବାର ଅନୁରୋଧ କରି ଆସୁଥିଲେ। ଏହି ସଂଶୋଧିତ ବିଲ୍‌ରେ ନିୟମ ରଖାଯାଇଛି ଯେ ଏଣିକି ବିଧାୟକ ଏବଂ ଅନ୍ୟମାନଙ୍କର ଦରମା ପ୍ରତି ୫ବର୍ଷରେ ଥରେ ବୃଦ୍ଧି ପାଇବ। ଏଥିପାଇଁ ବିଧାନସଭାରେ ଆଲୋଚନା ନହୋଇ ସରକାରୀ ବିଜ୍ଞପ୍ତି ଦ୍ବାରା ବୃଦ୍ଧି କରାଯାଇପାରିବ। ଏହି ବିଲ୍‌କୁ ବିଧାୟକ ଭାସ୍କର ମଢ଼େଇ, ସନାତନ ବିଜୁଳି, ପୂର୍ଣ୍ଣଚନ୍ଦ୍ର ସେଠୀ, ଗଣେଶ୍ବର ବେହେରା, ଦାଶରଥୀ ଗମାଙ୍ଗୋ, ସନ୍ତୋଷ କୁମାର ଖଟୁଆ, ରାମଚନ୍ଦ୍ର କାଡ଼ାମ, ଭାଦବ ହାଁସଦା, ପ୍ରମିଳା ମଲ୍ଲିକ ପ୍ରମୁଖ ସମର୍ଥନ କରିଥିଲେ। ସର୍ବସମ୍ମତିକ୍ରମେ ବିଲ୍ ପାରିତ ହୋଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe