ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତା ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ବିଧାନସଭାରେ ହଟ୍ଟଗୋଳ

Advertisment
ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତା ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ବିଧାନସଭାରେ ହଟ୍ଟଗୋଳ

ଭୁବନେଶ୍ବର: ପ୍ରଶ୍ନକାଳରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତା ଦେଇଥିବା  ଅଶାଳୀନ ମନ୍ତବ୍ୟକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ହୋଇଛି। ଏହାଫଳରେ ଦିନ ୧୧ଟା ୩୦ ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।
ଆଜି ବିଧାନସଭା ଆରମ୍ଭ ହେବା ମାତ୍ରେ ପ୍ରଶ୍ନକାଳରେ ବିଜେପି ସଦସ୍ୟମାନେ କଂଗ୍ରେସ ନେତାଙ୍କ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟକୁ ନିନ୍ଦା କରିଥିଲେ। ଅପରପକ୍ଷରେ କଂଗ୍ରେସ ସଦସ୍ୟମାନେ ଏହାକୁ ବିରୋଧ କରିଥିଲେ। ଏହାଫଳରେ ଗୃହରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ଦିନ ୧୧ଟା ୩୦ ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଏଣେ ହାତରେ ବ୍ୟାନର ଧରି ଗୃହ ବାହାରେ ବିଜେପି ସଦସ୍ୟମାନେ ପ୍ରତିବାଦ ଜାରି ରଖିଛନ୍ତି।

publive-image

ଉଲ୍ଲେଖଯୋଗ୍ୟ, ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ କଂଗ୍ରେସ ନେତା ଅଜୟ କୁମାର ଯେଉଁ ଟିପ୍ପଣୀ ଦେଇଛନ୍ତି ତାହାକୁ ବିଭିନ୍ନ ମହଲରୁ କଡ଼ା ସମାଲୋଚନା କରାଯାଇଛି। ଅଜୟ କୁମାର କହିଛନ୍ତି, ଦ୍ରୌପଦୀ ମୁର୍ମୁ ଭାରତର ଅତ୍ୟନ୍ତ ଭୁଲ୍‌ ବିଚାରଧାରାକୁ ପ୍ରତିନିଧିତ୍ବ କରୁଛନ୍ତି। ସେ ଆଦିବାସୀଙ୍କ ପ୍ରତୀକ ହେବା ଉଚିତ ନୁହେଁ। ଅଜୟ କୁମାର କହିଛନ୍ତି, ମୋଦୀ ସରକାର କେବଳ ପ୍ରତୀକ ଦ୍ବାରା ଭାରତର ଲୋକଙ୍କୁ ବୋକା ବନାଉଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବର୍ତ୍ତମାନ ରାଷ୍ଟ୍ରପତି ଅଛନ୍ତି। କିନ୍ତୁ ସେ କ’ଣ କରିଛନ୍ତି। ଦେଶବ୍ୟାପୀ ଅନୁସୂଚିତ ଜାତି ଉପରେ ଅତ୍ୟାଚାର ହେଉଛି ଏବଂ ଅନୁସୂଚିତ ଜାତି ସମ୍ପ୍ରଦାୟର ସ୍ଥିତି ଅତ୍ୟନ୍ତ ଖରାପ। ହାଥରାସ ଘଟଣା ସମୟରେ ରାଷ୍ଟ୍ରପତି ପାଟି ଖୋଲିନଥିଲେ ବୋଲି ସେ କହିଛନ୍ତି। ତେବେ ବିଜେପି ଏହାର କଡ଼ା ଜବାବ ଦେଇଛି।

କଂଗ୍ରେସ ଏଭଳି ବୟାନ ପାଇଁ ତୁରନ୍ତ କ୍ଷମା ପ୍ରାର୍ଥନା କରୁ ବୋଲି ବିଜେପି ଦାବି କରିଛି। କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି, ଦଳିତମାନଙ୍କ ବିକାଶ ପାଇଁ ସାରା ଜୀବନ କାମ କରିଥିବା ଦ୍ରୌପଦୀ ମୁର୍ମୁ ଆଜି ଲୋକଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି। କିନ୍ତୁ କଂଗ୍ରେସ ତାଙ୍କୁ ଅପମାନିତ କରିଛି। କଂଗ୍ରେସର ଭୁଲ୍‌ ବିଚାରଧାରା ପୁଣିଥରେ ପ୍ରମାଣିତ ହୋଇଗଲା ବୋଲି ସ୍ମୃତି କହିଛନ୍ତି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି, ଆଦିବାସୀ ଶ୍ରେଣୀର ଜଣେ ଲୋକ ରାଷ୍ଟ୍ରପତି ପଦ ପାଇଁ ମନୋନୀତ ହୋଇଥିବାରୁ କଂଗ୍ରେସ ଏଥିରେ ନିରାଶ ହୋଇଯାଇଛି। ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ କଂଗ୍ରେସ ନେତାଙ୍କ ଏହି ଟିପ୍ପଣୀ ପାଇଁ ତାଙ୍କୁ ସମାଲୋଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe