ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ: ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ

ବିଧାନସଭାରେ ବେଦାନ୍ତ ଜମି ତାତି: ୩୦ ମିନିଟ୍ ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ଆଜି ବିଧାନସଭା ବଜେଟ୍‌ ଅଧିବେଶନର ତୃତୀୟ ଦିନ। ଆଜି ବି ଗତକାଲି ଭଳି ବିଜେଡି ସଦସ୍ୟମାନେ ହଟ୍ଟଗୋଳକରିଥିଲେ। ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ କରି କକ୍ଷତ୍ୟାଗ କରିଛନ୍ତି ବିଜେଡି ସଦସ୍ୟ। ଠିକ୍ ସେହିପରି ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଏହାଫଳରେ ବାଚସ୍ପତି ସୁରମା ପାଢ଼ୀ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।

ତେବେ କେନ୍ଦ୍ର ଅବହେଳା ପ୍ରସଙ୍ଗରେ ଆଜି ଗୃହରେ ନାରାବାଜି କରିଥିଲେ ବିରୋଧୀ ବିଜେଡି ବିଧାୟକ। ଗୃହର ମଧ୍ୟଭାଗକୁ ଆସି ସେମାନେ ପ୍ରତିବାଦ କରିଥିଲେ। ଏଥିସହ ରାଜ୍ୟପାଳଙ୍କ ପୁଅ ଆଇନକୁ ହାତକୁ ନେଇଥିବା ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ନିଜ ଆସନରେ ଠିଆ ହେଇ ସେ ପ୍ରତିବାଦ କରିବା ପରେ, ବିଜେଡି ବିଧାୟକମାନେ ଶେଷରେ କକ୍ଷତ୍ୟାଗ କରିଥିଲେ। ସେହିପରି ଗୃହର ମଧ୍ୟ ଭାଗରେ ଠିଆ ହେଇ କଂଗ୍ରେସ ବିଧାୟକମାନେ ମଧ୍ୟ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe