ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ: ଦିନ ୧୧ଟା ୪୧ ମିନିଟ୍ ଯାଏ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି

Advertisment
ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ: ଦିନ ୧୧ଟା ୪୧ ମିନିଟ୍ ଯାଏ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ବର: ଛାତ୍ରସଂସଦ ନିର୍ବାଚନ ଦାବିରେ ବିରୋଧୀ କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା ଯୋଗୁ ଦିନ ୧୧ଟା ୪୧ ମିନିଟ୍ ଯାଏ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ।

ଆଜି ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନରେ ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବକୁ ବିରୋଧୀ ଦଳର ସମର୍ଥନ  ମିଳିଥିଲା। ଏହାପରେ କଲେଜ ନିର୍ବାଚନ ପ୍ରସଙ୍ଗରେ ଗୃହରେ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ ଓ ନାରାବାଜି କରିଥିଲେ। କଲେଜ ନିର୍ବାଚନ ଆମର ଦାବି ବୋଲି ସେମାନେ କହିଥିଲେ।

ତେଣେ ବିରୋଧୀ ବିଜେଡି ସଦସ୍ୟ ମଧ୍ୟ ରାଜ୍ୟପାଳଙ୍କ ପୁଅଙ୍କ ଉପରେ ସରକାର କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି ବୋଲି ପ୍ରଶ୍ନ ଉଠାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe