ବାଚସ୍ପତିଙ୍କ ରୁଲିଂ ବିରୋଧରେ ଗୃହରେ ହଟ୍ଟଗୋଳ, ଅପରାହ୍ନ ୩ଟା ଯାଏଁ ମୁଲତବୀ

ବାଚସ୍ପତିଙ୍କ ରୁଲିଂ ବିରୋଧରେ ଗୃହରେ ହଟ୍ଟଗୋଳ, ଅପରାହ୍ନ ୩ଟା ଯାଏଁ ମୁଲତବୀ

ଭୁବନେଶ୍ବର: ବିଧାନସଭାର ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନରେ ଆରମ୍ଭରୁ ଗୃହରେ ପ୍ରବଳ  ହଟ୍ଟଗୋଳ ହୋଇଛି । ଅଧିବେଶନ ଆରମ୍ଭ ହେଲା କ୍ଷଣି ଆରମ୍ଭ ହୋଇଯାଇଥିଲା ହଟ୍ଟଗୋଳ । ବିରୋଧୀ ଦଳର ସଦସ୍ୟମାନେ ଗତକାଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସଦସ୍ୟମାନଙ୍କର ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବା‌ ସମୟର ଗଣମାଧ୍ୟମ ପ୍ରସାରଣ/ପ୍ରକାଶନ ଉପରେ  ରୋକ ନେଇ ଜାରି କରିଥିବ‌ା ରୁଲିଂ ପ୍ରତ୍ୟାହାର ଦାବିରେ ଏହି ହଟ୍ଟଗୋଳ କରିଥିଲେ। ଫଳରେ ଆଜି ଗୋଟିଏ ମିନିଟ୍ ବି ଚାଲି ପାରିନାହିଁ ଗୃହ କାର୍ଯ୍ୟ ।

ଗତକାଲି ବାଚସ୍ପତି ରୁଲିଂ ଦେଇଥିଲେ ଯେ ଏଣିକି ଗୃହ ମଧ୍ୟଭାଗକୁ କୌଣସି ସଭ୍ୟ ଆସି ହଟ୍ଟଗୋଳ କଲେ ସେ ସଂପର୍କରେ ଗଣମାଧ୍ୟମ ନା ଖବର ପ୍ରସାରଣ କରିପାରିବେ ନା ଲେଖିପାରିବେ। ସେ ସଂକ୍ରାନ୍ତ ଫଟୋ ବି ଛାପିପାରିବେ ନାହିଁ। ସଂପୃକ୍ତ ସଦସ୍ୟଙ୍କ ନାମ ସଂପର୍କରେ ମଧ୍ୟ ଉଲ୍ଲେଖ କରାଯିବା ଲାଗି ବାରଣ କରିଥିଲେ।  ଏହି  ରୁଲିଂ ପ୍ରତ୍ୟାହାର ଦାବିରେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ ଅଡି ବସିଥିଲେ । ଯାହା ଫଳରେ ଗୃହକୁ ପ୍ରଥମେ ଦିନ ସାଢେ ୧୧ଟା ଯାଏଁ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି । ପରେ ସାଢେ ୧୧ଟା ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ପୁଣି ବିରୋଧୀ ସଦସ୍ୟ ଜାରି ରଖିଥିଲେ ହଟ୍ଟଗୋଳ । ଫଳରେ ଅପରାହ୍ନ ୩ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

publive-image odishaassembly.nic.in

ଏଥିସହ ଗୃହ ବାହାରେ ମଧ୍ୟ ବିରୋଧୀଦଳ ନେତାମାନେ ଗଣମାଧ୍ୟମରେ ବାଚସ୍ପତିଙ୍କ ରୁଲିଂ ବିରୋଧରେ ମତ ରଖିଥିଲେ। ଗତକାଲି ବିଧାନସଭାରେ ବାହାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଥିଲେ ଯେ ବାଚସ୍ପତି ଗଣମାଧ୍ୟମର କଣ୍ଠରୋଧ କରିଛନ୍ତି। ବାଚସ୍ପତି ତାଙ୍କ ରୁଲିଂ ପ୍ରତ୍ୟାହାର ନ କରିବା ଯାଏ ଗୃହ ଚଳାଇ ଦେବୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe