ପ୍ରଶ୍ନକାଳରେ ଉଠିଲା ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି

Advertisment

ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ପ୍ରଶ୍ନକାଳରେ ଉଠିଲା ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି

ଭୁବନେଶ୍ବର: ଆଜି ବିଧାନସଭାର ପ୍ରଶ୍ନକାଳରେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ ଉଠାଇଥିଲେ ବିରୋଧୀ କଂଗ୍ରେସ ଓ ବିଜେପିର ସଦସ୍ୟ। ଏହି ପ୍ରସଙ୍ଗ ଉଠାଇ ବିରୋଧୀ ବିଜେପି ଓ କଂଗ୍ରେସ ହଟ୍ଟଗୋଳ କରିଥିଲେ। ପିଲାଙ୍କ ଭବିଷ୍ୟତ ସହ କିଏ ଖେଳୁଛି ବୋଲି କହି ନାରାବାଜି କରିଥିଲେ ବିରୋଧୀ ସଦସ୍ୟ । ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ସେମାନେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶଙ୍କ ଇସ୍ତଫା ଦାବି କରିଥିଲେ। ଏହାକୁ ବିରୋଧୀ ଦଳର ସଦସ୍ୟମାନେ ହୋହଲ୍ଲା କରିଥିଲେ।

ଏହାପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ୍ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ।

ଏଣେ ଗୃହ ବାହାରେ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ ଦୋହରାଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଭାଇରାଲ ହୋଇଥିବା ଗଣିତ ପ୍ରଶ୍ନପତ୍ର ସେଟ୍‌ ଦେଖାଇଛନ୍ତି। ସେ କହିଛନ୍ତି, ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ସରକାର ଖେଳୁଛନ୍ତି। ଅଭିଯୋଗର ସତ୍ୟତା ରହିଥିବା ହେତୁ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ ଇସ୍ତଫା ଦିଅନ୍ତୁ।

ଏଣେ କୌଣସି ବି ପ୍ରଶ୍ନପତ୍ର ଲିକ ହୋଇନି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ। ସେ କହିଛନ୍ତି, ଆଜି ମାଟ୍ରିକ ପରୀକ୍ଷାରେ ଶେଷ ଦିନ। ପୂର୍ବରୁ ବୋର୍ଡ ଓ ମୋ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ ଏହା ମୁଦ୍ରଣଜନିତ ତ୍ରୁଟି ଥିଲା। ଛାତ୍ରଛାତ୍ରୀ କି ଅଭିଭାବକ ବ୍ୟସ୍ତ ହେବା ଦରକାର ନାହିଁ। ମାର୍କିଂ ସମୟରେ ପିଲାମାନଙ୍କ ସ୍ୱାର୍ଥକୁ ଦେଖା ଯିବ। ଆଜି ଯେଉଁ ସକାଳ ୭ଟା ୨୦ରେ ପୁରୀ ଜିଲ୍ଲାରେ ପ୍ରଶ୍ନପତ୍ର ଲିକ କଥା ବିରୋଧୀ କହୁଛନ୍ତି, ସେ ତଥ୍ୟ ଆମ ପାଖରେ ନାହିଁ।  ଏ ନେଇ ବୋର୍ଡ ସଭାପତି, ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ, ପୁରୀ ଜିଲ୍ଲାପାଳଙ୍କ ସହ ମୁଁ କଥା ହୋଇଛି, କିଛି ପ୍ରଶ୍ନପତ୍ର ଲିକ ହୋଇନି। ମତେ ଲାଗୁଛି ପ୍ରଶ୍ନକାଳରେ କିଛି ପ୍ରଶ୍ନକୁ ବିରୋଧୀ ସାମ୍ନା ନ କରିବାକୁ ଏପରି କରିଛନ୍ତି,  ଯାହା ତାଙ୍କ ଆବଶ୍ୟକତା ଥିବ। ଲିକ୍ ନେଇ ସାମାନ୍ୟତମ ସତ୍ୟତା ନାହିଁ। ସେ କଣ ଦେଖାଉଛନ୍ତି, ସେ ନେଇ କିଛି ତଥ୍ୟ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe