ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଂଗ୍ରେସ ବିଧାୟକଙ୍କ ନାରାବାଜି: ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଂଗ୍ରେସ ବିଧାୟକଙ୍କ ନାରାବାଜି: ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର: ପ୍ରଶ୍ନକାଳରେ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିବାରୁ ଅପରାହ୍ଣ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ।
ଆଜି ବିଧାନସଭାରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ବିଧାନସଭାରେ କଂଗ୍ରେସ ସଦସ୍ୟମାନେ ପ୍ରତିବାଦ ଜଣାଇଥିଲେ। ସେମାନେ ଗୃହକୁ କଳା ପୋଷାକ ପିନ୍ଧି ଆସି ପ୍ରତିବାଦ ଜଣାଇଥିଲେ। ଗୃହ ଭିତରେ କଂଗ୍ରେସ ବିଧାୟକମାନେ ନାରାବାଜି ଓ ହୋ-ହଲ୍ଲା କରିଥିଲେ। ସେମାନେ ବାଚସ୍ପତିଙ୍କ ପୋଡିୟମ ତଳେ ଏକଜୁଟ୍ ହୋଇ ପ୍ରତିବାଦ କରିଥିଲେ।

ମୋଦୀ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ କଂଗ୍ରେସ ବିଧାୟକ। ଏହାଫଳରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବାଚସ୍ପତି ଅନୁରୋଧ କରିଥିଲେ ମଧ୍ୟ କଂଗ୍ରେସ ବିଧାୟକମାନେ ଏଥିପ୍ରତି କର୍ଣ୍ଣପାତ କରି ନଥିଲେ। ଫଳରେ ଗୋଟିଏ ମିନିଟ୍ ଯାଏଁ ମଧ୍ୟ ସ୍ୱାଭାବିକ ଭାବେ ଚାଲି ପାରିନଥିଲା । କଂଗ୍ରେସ ବିଧାୟକଙ୍କ ଲଗାତାର ନାରାବାଜି କାରଣରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe