ବିଧାନସଭାରେ କଂଗ୍ରେସ ଓ ବିଜେଡିର ସଦସ୍ୟଙ୍କ ହୋହଲ୍ଲା, ଅପରାହ୍ଣ ୪ଟା ଯାଏ ମୁଲତବୀ

Advertisment
ବିଧାନସଭା ବଜେଟ୍ ଅଧିବେଶନରେ ବେଦାନ୍ତ ତାତି: ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ବର: ସାଢେ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ହେଲେ ପରେ ପୁଣି ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଲା। ବାଚସ୍ପତିଙ୍କ ପୋଡିୟମ୍ ନିକଟରେ କଂଗ୍ରେସ ଓ ବିଜେଡିର ସଦସ୍ୟମାନେ ହୋହଲ୍ଲା କରିଥିଲେ। ଚିକିଟି ମଦମୃତ୍ୟୁର ଆରଡିସି ସ୍ତରୀୟ ତଦନ୍ତ ଦାବି କରିଥିଲା ବିଜେଡି। ଏଣେ ଜନଜାତିଙ୍କ ସୁରକ୍ଷା ଦାବି କରି କଂଗ୍ରେସ ବିଧାୟକମାନେ ପୁଣି ହଟ୍ଟଗୋଳ କରିଥିଲେ।

ଏହାଫଳରେ ବାଚସ୍ପତି ସୁରମା ପାଢୀ ବାଧ୍ୟ ହୋଇ ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବୀ ଘୋଷଣା କରିଲେ । ଆଜି ବିଧାନସଭାର ଦ୍ୱିତୀୟ ଦିନରେ ଗୃହରେ ବିରୋଧୀଙ୍କ ହୋ ହଲ୍ଲା ସହ ନାରାବାଜି ଯୋଗୁ ଅଚଳାବସ୍ଥା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe