ଗଣଶିକ୍ଷା ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଉତ୍ତର ରଖିଲେ ବିଜ୍ଞାନ ଓ କାରାଗରୀ ମନ୍ତ୍ରୀ: ଅସନ୍ତୋଷ ପ୍ରକାଶ କଲେ ବିରୋଧୀ

Advertisment

ରାଜଧାନୀରେ ଶିକ୍ଷକଙ୍କ ଆନ୍ଦୋଳନ

ରାଜଧାନୀରେ ଶିକ୍ଷକଙ୍କ ଆନ୍ଦୋଳନ

ପ୍ରଶ୍ନକାଳରେ ଉଠିଲା ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି

ଭୁବନେଶ୍ବର: ରାଜଧାନୀରେ ତୃତୀୟ ଦିନରେ ଜାରି ରହିଥିବା ଶିକ୍ଷକଙ୍କ ଆନ୍ଦୋଳନ ସଂପର୍କରେ ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ଗଣଶିକ୍ଷା ମନ୍ତ୍ରୀଙ୍କ ଅନୁପସ୍ଥିତିରେ ବିଜ୍ଞାନ ଓ କାରାଗରୀ ମନ୍ତ୍ରୀ ଅଶୋକ ପଣ୍ଡା ଉତ୍ତର ରଖିଛନ୍ତି। ସେ କହିଛନ୍ତି, ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗରେ ସରକାର ସଚେତନ ରହିଛନ୍ତି। ଗତକାଲି ସଚିବ ଶିକ୍ଷକ ସଂଘ ସହ ଆଲୋଚନା କରିଛନ୍ତି। ଦୀର୍ଘ ୪୫ ମିନିଟ ଧରି ଆଲୋଚନା ହୋଇଛି। ବିଭାଗୀୟ ସଚିବ ଦାବି ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ଅଛନ୍ତି। ଏବେ ଆଲୋଚନା ପାଇଁ ଦ୍ୱାର ଖୋଲା ଅଛି। ଆମେ ଆଲୋଚନାର ଦ୍ୱାର ବନ୍ଦ କରି ଦେଇନୁ। ଏଥିରେ କିଛି ଆନ୍ତଃ ବିଭାଗୀୟ ବିଷୟବସ୍ତୁ ରହୁଥିବାରୁ ତା ଉପରେ ଆଲୋଚନା ଚାଲିଛି। ଆଜି ମଧ୍ୟ ମୁଖ୍ୟ ଶାସନ ସଚିବ ବୈଠକ ଡାକିଛନ୍ତି। ସେଠି ଶିକ୍ଷକ ସଂଘ ସହ ସେ ଆଲୋଚନା କରିବେ।
ତେବେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ଜିଦ ଅଟଳ ରହିଛନ୍ତି ବିରୋଧୀ। ଗୃହରେ ପ୍ରବଳ ହଟ୍ଟଗୋଳ ହେବା ପରେ ବାଚସ୍ପତି ବିକ୍ରମକେଶରୀ ଆରୁଖ ପୁଣି ଥରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଲେ।

publive-image

ଏହି ଘଟଣାକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, ରାଜଧାନୀରେ ଶିକ୍ଷକ ଆନ୍ଦୋଳନ ପାଇଁ ସ୍କୁଲରେ ତାଲା ପଡ଼ିଛି। କିନ୍ତୁ ଗଣଶିକ୍ଷା ମନ୍ତ୍ରୀ ଯାଇ ପଦ୍ମପୁରରେ ନିର୍ବାଚନ ପ୍ରଚାର କରୁଛନ୍ତ।, ଏହା ଦୁର୍ଭାଗ୍ୟଜନକ। ବାଚସ୍ପତିଙ୍କ ରୁଲିଂ ପରେ ଗଣଶିକ୍ଷା ସଚିବ ପ୍ରାଥମିକ ଶିକ୍ଷକ ସଂଘ ସହ ଆଲୋଚନା କରିଛନ୍ତି। ଶିକ୍ଷକମାନେ ଦାବି ସମ୍ପର୍କରେ ପୂର୍ବରୁ ସରକାରଙ୍କୁ ଜଣାଇଛନ୍ତି। ହେଲେ ଦୁର୍ଭାଗ୍ୟର କଥା ଯେ ଗତକାଲି କିନ୍ତୁ ସଚିବ କହୁଛନ୍ତି ମୁଁ ନୂଆ କରି ଆସିଛି, ଦାବି ସମ୍ପର୍କରେ ଅଜ୍ଞ।
ଏଣେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଲକ୍ଷ ଲକ୍ଷ ଶିକ୍ଷକ ରାଜରାସ୍ତାରେ ହେଲେ ଗଣଶିକ୍ଷା ମନ୍ତ୍ରୀ ଯାଇ ପଦ୍ମପୁରରେ ନିର୍ବାଚନ ପ୍ରଚାର କରୁଛନ୍ତି, ଏହା ଦୁର୍ଭାଗ୍ୟଜନକ। ଶିକ୍ଷକମାନଙ୍କ ତିନି ଦଫା ଦାବି ନେଇ ସରକାର ତୁରନ୍ତ ନିଷ୍ପତ୍ତି ନିଅନ୍ତୁ, ନଚେତ ଗୃହକୁ ଚଳାଇ ଦିଆଯିବନି।
ଅପରପକ୍ଷରେ ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, ଶିକ୍ଷକମାନେ ଜିଦରେ ଆନ୍ଦୋଳନ କରିବା ଉଚିତ୍ ନୁହେଁ। ଶିକ୍ଷକମାନେ ରାସ୍ତାରେ ଶୋଇବା ପସନ୍ଦଯୋଗ୍ୟ ହେଉନି। ସରକାର ସେମାନଙ୍କ ଦାବି ପ୍ରତି ସଚେତନ ଅଛନ୍ତି। ଆର୍ଥିକ ବ୍ୟବସ୍ଥାକୁ ଆକଳନ କରି ସରକାର କିଛି ପଦକ୍ଷେପ ନିଶ୍ଚିତ ନେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe