ପୁଣି ବିଧାନସଭା ଆରମ୍ଭରୁ ହଙ୍ଗାମା, ଦିନ ୧୧.୩୦ପର୍ଯ୍ୟନ୍ତ ଗୃହ ମୁଲତବୀ

ପୁଣି ବିଧାନସଭା ଆରମ୍ଭରୁ ହଙ୍ଗାମା, ଦିନ ୧୧.୩୦ପର୍ଯ୍ୟନ୍ତ ଗୃହ ମୁଲତବୀ

Telegraph India

ଭୁବନେଶ୍ୱର: ବିଧାନସଭାରେ ୬ ଦିନ ଧରି ଯାହା ଘଟୁଥିଲା, ବୁଧବାର ତାହାର ପୁନରାବୃତ୍ତି ହେଲା। ଆଜି ବିଧାନସଭା ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ଗୃହ ମଧ୍ୟ ଭାଗରେ ପ୍ରତିିବାଦ କରିବା ପରେ ଏବେ ଗୃହକୁ ଦିନ ୧୧.୩୦ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

ଅନ୍ୟପକ୍ଷରେ ବିଜେପି ଓ କଂଗ୍ରେସ ଗୃହ ମଧ୍ୟ ଭାଗରେ ପ୍ରତିିବାଦ କରିବା ସହ ବିଜେଡି ମଧ୍ୟ ନିଜ ଆସନରେ ଛିଡ଼ା ହୋଇ ମୋହନଲାଲ ଶର୍ମା ଓ କେନ୍ଦ୍ରମନ୍ତ୍ରୀଙ୍କ ଫୋଟୋ ଦେଖାଇଥିଲା ବୋଲି ଜଣାପଡ଼ିଛି। ଆଜି ଗୃହରେ ଫଟୋ ରାଜନୀତି ହୋଇଥିବା ନେଇ ଦେଖିବାକୁ ମିଳିଥିବା ବେଳେ ୧୧.୩୦ ପରେ ଗୃହ ଚାଲୁଛି କି ପୂର୍ବରୁ ଅଚଳାବସ୍ଥା ଜାରି ରହୁୁଛି, ତାହା ଦେଖିବାକୁ ବାକି ରହିଲା।

ଗତକାଲି ମଧ୍ୟ ବିରୋଧୀ ବିଜେପି ଓ କଂଗ୍ରେସ ଗୃହ ମଧ୍ୟ ଭାଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରି ହୋହଲ୍ଲା କରିଥିଲେ। ବିଧାନସଭାରେ ବିଜେପି ସଭ୍ୟମାନେ ଘଣ୍ଟମାଡ଼ କରିଥିଲେ ଓ କଂଗ୍ରେସ ବିଧାୟକମାନେ ନାରାବାଜି କରିଥିଲେ। ଏହାପରେ ଅପରାହ୍ଣ ୪ଟା ଯାଏଁ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe