ପରୀ ହତ୍ୟା ଘଟଣାରେ ପୁଣି ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କଲା ବିଜେପି, ବିଧାନସଭା ପୂର୍ବାହ୍ନ ସାଢେ ୧୧ଟା ଯାଏଁ ବାଚସ୍ପତି ମୁଲତବୀ

ସର୍ବଦଳୀୟ ବୈଠକ ପରେ ବି ସ୍ବାଭାବିକ ହେଲାନି ଗୃହକାର୍ଯ୍ୟ: ଅପରାହ୍ଣ ୪ଟା  ଯାଏଁ ବିଧାନସଭା ମୁଲତବୀ

ଭୁବନେଶ୍ବର: ପରୀ ହତ୍ୟା ଝଡ଼ରେ ଅଚଳ ହୋଇପଡ଼ିଛି ବିଧାନସଭା। ସିବିଆଇ ତଦନ୍ତ ଦାବିରେ ଅଟଳ ରହିଛି ମୁଖ୍ୟ ବିରୋଧୀ ଦଳ ବିଜେପି। ଗତକାଲି ଏହାକୁ ନେଇ ବିଧାନସଭାରେ ତୁମ୍ବିତୋଫାନ ଦେଖାଦେଇଥିଲା। ଆଜି ଗୃହକାର୍ଯ୍ୟ କିଭଳି ଚାଲିବ ସେ ଉପରେ ସମସ୍ତଙ୍କ ନଜର ରହିଛି। ଘଟଣାର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ବିଜେପି ସଭ୍ୟମାନେ କାଲି ଗୃହରେ ହଟ୍ଟଗୋଳ କରିଥିଲେ। ଏହାଫଳରେ ବିଧାନସଭା ପୂର୍ବାହ୍ନ ସାଢେ ୧୧ଟା ଯାଏଁ ବାଚସ୍ପତି ମୁଲତବୀ ଘୋଷଣା କରିଛନ୍ତି।
ବାଚସ୍ପତିଙ୍କ ମାଇକ୍ରୋଫୋନ ଭାଙ୍ଗିଦେବା ସହ କାଗଜ ଚିରି ଫିଙ୍ଗିଦେଇଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ବାଚସ୍ପତିଙ୍କ ଆସନ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ। ହୋହଲ୍ଲା ଓ ସ୍ଲୋଗାନ ବାଜିରେ ଗୃହ ଥରିଥିଲା। ଗୃହ ବାରମ୍ବାର ମୁଲତବୀ ରହିଥିଲା। ବିଜେପିର ହଙ୍ଗାମା ସତ୍ୱେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଖର୍ଚଦାବି ଆଗତ ସହ ପାରିତ ହୋଇଥିଲା । ଏହାଛଡ଼ା ଅନ୍ୟ ସମସ୍ତ ବିଭାଗର ଖର୍ଚଦାବି ଗିଲୋଟିମ ମାଧ୍ୟମରେ ପାରିତ ହୋଇଥିଲା। ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ବ୍ୟୟମଞ୍ଜୁରୀ ବିଲ ଆଗତ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe