ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଧାୟକମାନଙ୍କର ଚାଲିଛି କୋଭିଡ ଟେଷ୍ଟ

Advertisment
ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଧାୟକମାନଙ୍କର ଚାଲିଛି କୋଭିଡ ଟେଷ୍ଟ

ଭୁବନେଶ୍ୱର: କରୋନା କଟକଣା ଭିତରେ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ। ତା ପୂର୍ଵରୁ ଆଜିଠାରୁ ଆରମ୍ଭ ହୋଇଛି କୋଭିଡ ଟେଷ୍ଟ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଟେଷ୍ଟ କରିଛନ୍ତି। ପୋୖର ନିର୍ବାଚନ ଥିବାରୁ ବିଧାୟକମାନେ ଚାହିଁଲେ ଜିଲ୍ଲା ସ୍ତରରେ ଟେଷ୍ଟ କରି ଆମକୁ ରିପୋର୍ଟ ଦେବେ। ଏଥିପାଇଁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ଆସନ୍ତା ୨୫ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବିଧାନସଭା। ୩୦ ତାରିଖରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ତେବେ ଅଧିବେଶନ ଆରମ୍ଭ ହେବା ପୂର୍ବରୁ କମିଶନରେଟ ପୁଲିସ ପକ୍ଷରୁ ନିରାପତ୍ତାକୁ ଦୃଷ୍ଟିରେ ରଖି କଟକଣା ଲାଗୁ କରାଯାଇଛି |

ଆସନ୍ତା ୨୫ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ବିଧାନସଭା ସହ ସଂଲଗ୍ନ ରାସ୍ତା ପାଇଁ କଟକଣା ଜାରି କରାଯାଇଛି | କମିଶନରେଟ ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବିଧାନସଭା ଅଧିବେଶନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି | ମାଷ୍ଟରକ୍ୟାଣ୍ଟିନ ପଟୁ ଅପର ପିଏମଜି ଆଡକୁ ଆସୁଥିବା ସମସ୍ତ ଗାଡ଼ିଗୁଡ଼ିକ ଲୋୟର ପିଏମଜି ଛକଠାରୁ ବାମ କିମ୍ବା ଡାହାଣ ପାର୍ଶ୍ୱ ଦେଇ ଯାଇପାରିବେ | କିନ୍ତୁ ମହାତ୍ମାଗାନ୍ଧୀ ମାର୍ଗରେ ଯିବା ପାଇଁ ଅନୁମତି ଦିଆଯିବ ନାହିଁ |

ସେହିପରି ଏଜି ଛକ ପଟୁ ପିଏମଜି ଛକ ଆଡକୁ ଆସୁଥିବା ସମସ୍ତ ଗାଡିଗୁଡିକ ଜୟଦେବ ଭବନ ପାଖରେ ଡାହାଣ ପଟରେ ଥିବା ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ଯିବାକୁ ପରାମର୍ଶ ଦିଆଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe