ନଭେମ୍ବର ୨୬ରୁ ବିଧାନସଭା: ଆସିବ ପ୍ରଥମ ଅତିରିକ୍ତ ବଜେଟ୍‌

Advertisment

ସପ୍ତଦଶ ବିଧାନସଭାର ଦ୍ବିତୀୟ ଅଧିବେଶନ ଆସନ୍ତା ମାସ ୨୬ ତାରିଖରୁ ଆରମ୍ଭ ହେବ। ଏହା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ସ୍ଥିର ହୋଇଛି। ଏଥିରେ ମୋଟ୍‌ ୩୦ଟି କାର୍ଯ୍ୟଦିବସ ରହିଛି।

ସପ୍ତଦଶ ବିଧାନସଭାର ଦ୍ବିତୀୟ ଅଧିବେଶନ ଆସନ୍ତା ମାସ ୨୬ ତାରିଖରୁ ଆରମ୍ଭ ହେବ। ଏହା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ସ୍ଥିର ହୋଇଛି। ଏଥିରେ ମୋଟ୍‌ ୩୦ଟି କାର୍ଯ୍ୟଦିବସ ରହିଛି।

ଓଡିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ

ଭୁବନେଶ୍ବର: ସପ୍ତଦଶ ବିଧାନସଭାର ଦ୍ବିତୀୟ ଅଧିବେଶନ ଆସନ୍ତା ମାସ ୨୬ ତାରିଖରୁ ଆରମ୍ଭ ହେବ। ଏହା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ସ୍ଥିର ହୋଇଛି। ଏଥିରେ ମୋଟ୍‌ ୩୦ଟି କାର୍ଯ୍ୟଦିବସ ରହିଛି। ଅଧି‌ବେଶନର ପ୍ରଥମ ଦିନରେ ଅର୍ଥାତ୍‌ ୨୬ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍‌ ଉପସ୍ଥାପିତ ହେବ। ଡିସେମ୍ବର ୫ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍‌ ପାରିତ ହେବ। ଅଧିବେଶନରେ ମୋଟ୍‌ ୫ଟି ବେସରକାରୀ କାର୍ଯ୍ୟଦିବସ ରହିଛି।

ସାଧାରଣତଃ ବର୍ଷର ଶେଷ ତଥା ଶୀତ ଅଧିବେଶନରେ ଲମ୍ବା ସମୟ ଧରି ଅଧିବେଶନ ଚାଲିବା ପାଇଁ ବିଜ୍ଞପ୍ତି ଜାରି ହୋଇଥାଏ। ଯେହେତୁ ବର୍ଷକୁ ୬୦ ଦିନ ଅଧିବେଶନ ବସିବାର ନିୟମ ରହିଛି, ତେଣୁ ଶେଷ ଅଧିବେଶନରେ ଗୃହ କାର୍ଯ୍ୟ ଅବଧି ସାରିବା ପାଇଁ ସୂଚୀ ପ୍ରସ୍ତୁତ ‌ହୁଏ। କିନ୍ତୁ ଅତିରିକ୍ତ ବଜେଟ୍‌ ପାରିତ ହେଲା‌ ପରେ ଅଧିବେଶନ ଶେଷ କରିଦିଆଯାଏ। ଗୃହରେ କୌଣସି ସରକାରୀ କାର୍ଯ୍ୟ ନଥିବାର ଆଳ ଦେଖାଇ ଆଗୁଆ ବନ୍ଦ କରିଦିଆଯାଏ। କିଛି ବର୍ଷ ହେଲା ଏହି ପରମ୍ପରା ଜାରି ରହିଛି। ଚଳିତ ବର୍ଷ ନୂଆ ସରକାର ଆଗୁଆ ଅଧିବେଶନ ଶେଷ କରୁଛନ୍ତି ନା ଡିସେମ୍ବର ୩୧ ତାରିଖ ଯାଏ ଜାରି ରଖୁଛନ୍ତି, ତାହା ଉପରେ ରାଜନୈତିକ ମହଲର ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe