ଆଜିଠୁ ବିଧାନସଭା

ଗୁରୁବାର ଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ସାତଟି କାର୍ଯ୍ୟଦିବସ ରହିଛି। ସେପ୍ଟେମ୍ବର ୧୯ ତାରିଖରେ କେବଳ ବେସରକାରୀ ସଭ୍ୟଙ୍କ...

Odisha assembly

Odisha assembly Photograph: (Sambad )

ଭୁବନେଶ୍ବର: ଗୁରୁବାର ଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ସାତଟି କାର୍ଯ୍ୟଦିବସ ରହିଛି। ସେପ୍ଟେମ୍ବର ୧୯ ତାରିଖରେ କେବଳ ବେସରକାରୀ ସଭ୍ୟଙ୍କ କାର୍ଯ୍ୟ ପାଇଁ ଧାର୍ଯ୍ୟ ହୋଇଥିଲା ବେଳେ ବାକି ୬ ଦିନ ସରକାରୀ କାର୍ଯ୍ୟଦିବସ ରହିଛି। ଗତକାଲି ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକ ଡାକି ଗୃହ ସୁରୁଖୁରୁରେ ଚଳାଇବା ପାଇଁ ସବୁ ଦଳର ସହଯୋଗ ଲୋଡ଼ିଥିଲେ। ଅଧିବେଶନର ପ୍ରଥମ ଦିନରେ ଦିବଂଗତ ବିଧ‌ାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଗୃହରେ କୌଣସି କାର୍ଯ୍ୟ ହେବ ନାହିଁ ବୋଲି ସୂଚନା ମିଳିଛି।

ଅଧିବେଶନର ଅବଧି କମ୍ ଥିଲେ ବି ବିଭିନ୍ନ ଦୃଷ୍ଟିକୋଣରୁ ଏହା ବେଶ୍‌ ଗୁରୁତ୍ବ ବହନ କରୁଛି। ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି, ନାରୀ ନିର୍ଯାତନା ଓ ସାର ଅଭାବ ପ୍ରସଙ୍ଗରେ ବିରୋଧୀ ଦଳ ସରକାରଙ୍କୁ ଜୋର୍‌ଦାର ଆକ୍ରମଣ କରିବାର ସମ୍ଭାବନା ରହିଛି। ଗତ ଅଧିବେଶନରେ କଂଗ୍ରେସର ସବୁ ବିଧାୟକ ଗୃହରୁ ନିଲମ୍ବିତ ହୋଇଥିଲେ। ତେଣୁ ଏଥର ସେମାନେ କି ଆଭିମୁଖ୍ୟ ଦେଖାଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଶାସକ ଦଳ ପକ୍ଷରୁ ବିରୋଧୀଙ୍କୁ ଜବାବ ଦେବାକୁ ବି ପ୍ରସ୍ତୁତି ଚାଲିଛି। ଆଜି ବିଜେଡି ଓ କଂଗ୍ରେସ ବିଧାୟକ ଦଳ ବୈଠକ ବସି ରଣନୀତି କରାଯାଇଛି। ଆସନ୍ତାକାଲି ବିଜେପିର ବିଧାୟକ ଦଳ ବୈଠକ ବସିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe