'ପରୀ' ପ୍ରସଙ୍ଗକୁ ନେଇ ବାଚସ୍ପତିଙ୍କ ମାଇକ ଟାଣିନେଲେ ବିଜେପି ସଦସ୍ୟ ମୋହନ ମାଝୀ

କୋର୍ଟଙ୍କ ନିରୀକ୍ଷଣରେ ହେବ ଏସଆଇଟି ତଦନ୍ତ: ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ

ସୀମା ବିବାଦ ନେଇ ଗୃହ କମ୍ପିଲା

image source-odishaassembly.nic.in

ଭୁବନେଶ୍ୱର: ‘ପରୀ’ ପ୍ରସଙ୍ଗକୁ ନେଇ ଆଜି ବିଧାନସଭା ହୁଲସ୍ଥୁଲ ହୋଇଛି । ଅପରାହ୍ନ ୩ଟା ଯାଏଁ ବିଧାନସଭା ମୁଲତବୀ ରହିବା ପରେ ଗୃହକାର୍ଯ୍ୟ ପୁଣି ଆରମ୍ଭ ହୋଇଥିଲା | ତେବେ ବିଜେପି ସଦସ୍ୟ ଗୃହରେ ହୋହଲ୍ଲା କରିଥିଲେ | ବିଜେପି ସଦସ୍ୟମାନେ ଟେବୁଲ ଉପରକୁ ଚଢିବା ସହ ହଟ୍ଟଗୋଳ କରିଥିଲେ | ବିଜେପି ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ବାଚସ୍ପତିଙ୍କ ମାଇକ ଟାଣି ଆଣିଥିଲେ | ଯେଉଁଥିପାଇଁ ବାଚସ୍ପତି ୩୦ ମିନିଟ ପାଇଁ ଗୃହ ମୁଲତବୀ ରଖିଥିଲେ |

ଅନ୍ୟପଟେ 'ପରୀ' ପ୍ରସଙ୍ଗକୁ ନେଇ ଏସଆଇଟି ତଦନ୍ତ ସମ୍ପର୍କରେ ଆଜି ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ହୋହାଲ୍ଲା କରିଥିବାରୁ ଏହାକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ |

ପରୀ ମୃତ୍ୟୁ ଘଟଣାରେ ଏସଆଇଟି ଗଠନ ନେଇ ତୁରନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଅଦାଲତଙ୍କ ତତ୍ତ୍ୱାବଧାନରେ ଏସଆଇଟି ଗଠନ ନେଇ ଖୁବ ଶୀଘ୍ର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ଗୃହରେ ବିବୃତି ରଖିଛନ୍ତି । କୋର୍ଟଙ୍କ ନିରୀକ୍ଷଣରେ ଏସଆଇଟି ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯିବ ଓ ହାଇକୋର୍ଟ ରେଜିଷ୍ଟାରଙ୍କୁ ଚିଠି ଲେଖାଯାଇଛି ବୋଲି ମନ୍ତ୍ରୀ ଆରୁଖ କହିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe