ଶୂନ୍ୟକାଳରେ ଉଠିଲା ସୀମା ପ୍ରସଙ୍ଗ: କୋଟିଆର ବର୍ତ୍ତମାନ ସ୍ଥିତିକୁ ନେଇ ମନ୍ତ୍ରୀଙ୍କ ଉତ୍ତର ଲୋଡ଼ିଲେ ବିଜେଡି ବିଧାୟକ

Advertisment
ପୁଣି ଚାଷୀ ତାତି, ଚାଲିପାରିଲାନି ପ୍ରଶ୍ନକାଳ

Telegraph India

ଭୁବନେଶ୍ବର: ମୌସୁମୀ ଅଧିବେଶନର ସ୍ବାଭାବିକ ଭାବେ ଚାଲିଛି ବିଧାନସଭାର ପ୍ରଶ୍ନକାଳ। ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ନୂଆ ମନ୍ତ୍ରୀମାନେ। ବିଧାନସଭାର ଶୂନ୍ୟକାଳରେ ଆଜି  ଉଠିଛି ସୀମା ସୁରକ୍ଷା ପ୍ରସଙ୍ଗ। କୋରାପୁଟ ଜିଲ୍ଲା କୋଟିଆ ଗ୍ରାମପୁଞ୍ଜ କଥା ଉଠାଇ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ କହିଛନ୍ତି ସୀମାରେ ଭାଷା, ସାହିତ୍ୟ ଓ ସଂସ୍କୃତି ସୁରକ୍ଷିତ ନୁହେଁ। ଆନ୍ଧ୍ର ସରକାର ସୀମାନ୍ତବର୍ତ୍ତୀ ଲୋକମାନଙ୍କୁ ବିଭିନ୍ନ ଯୋଜନା ଦେଇ ପ୍ରଲୋଭିତ କରୁଛନ୍ତି। ଯେଉଁଥିରେ ଶହେରୁ ଉର୍ଦ୍ଧ୍ବ ଗ୍ରାମ ଏହା ଦ୍ୱାରା ପ୍ରଭାବିତ। ମାତ୍ର ରାଜ୍ୟ ସରକାର ସବୁବେଳେ ତଥାକଥିତ ଉତ୍ତର ଦେଉଛନ୍ତି ଆମେ ଅନୁଧ୍ୟାନ କରୁଛୁ। ଆମ ପାଖରେ ଖବର ନାହିଁ। ଯଦି ସରକାର ଏପରି କହିବେ ତେବେ ଖବର କିଏ ରଖିବ ବୋଲି ପ୍ରଶ୍ନ କଲେ ବିଷ୍ଣୁ।

ବିଭାଗୀୟ ମନ୍ତ୍ରୀ କାହିଁକି କୋଟିଆ ଅଞ୍ଚଳ ପରିଦର୍ଶନ କରୁ ନାହାନ୍ତି କେଉଁଠି ଅସୁବିଧା ରହୁଛି ବୋଲି କହିଛନ୍ତି ବିଷ୍ଣୁ। ଯେତେବେଳେ ସରକାରୀ ଦଳର ବିଧାୟକ ମାନେ ପ୍ରଶ୍ନ କରୁଛନ୍ତି ସେ ସମୟରେ ସରକାର କହୁଛନ୍ତି ଆମ ପାଖରେ ଖବର ନାହିଁ । ଏଥିରୁ ଆମେ କଣ ବୁଝିବୁ, ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକ ଯେଉଁ ପ୍ରଶ୍ନ କରିଥିଲେ ଏବଂ ପଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ ଯେଉଁ କଥା କହୁଛନ୍ତି ତାହା ସତ୍ୟ ନା ମନ୍ତ୍ରୀ ପ୍ରମିଳା ମଲିକ ଯେଉଁ ଉତ୍ତର ଦେଲେ ତାହା ସତ୍ୟ ବୋଲି ପ୍ରଶ୍ନ କଲେ ବିରୋଧୀ ଦଳ ଉପନେତା।

ଏଣେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କୋଟିଆର ବର୍ତ୍ତମାନ ସ୍ଥିତି କଣ ବୋଲି ପ୍ରଶ୍ନ  କରିଛନ୍ତି। ଆନ୍ଧ୍ର ଯେଉଁ ସହାୟତା ରାଶି ଓଡ଼ିଶାର ଲୋକମାନଙ୍କୁ ଯୋଗାଇ ଦେଉଥିବାର ଅଭିଯୋଗ ହେଉଛି ତାହା କେତେ ସତ୍ୟ। ସେ ନେଇ ମନ୍ତ୍ରୀ ଗୃହରେ ଉତ୍ତର ରଖନ୍ତୁ ବୋଲି ବାଚସ୍ପତିଙ୍କୁ ଅନୁରୋଧ କରିଲେ ବିଧାୟକ। ଶୂନ୍ୟକାଳରେ ସେ କୋଟିଆ ପ୍ରସଙ୍ଗ ଉଠାଇ କହିଛନ୍ତି ଏହି ପ୍ରସଙ୍ଗକୁ ନେଇ ଗୃହର ସମସ୍ତ ସଦସ୍ୟଙ୍କ ଉଦବେଗ ରହିଛି। ମାତ୍ର ଏହି ପ୍ରଶ୍ନଟି ଲିଖିତ ଭାବେ ରହିଥିବାରୁ ଗୃହରେ ଆଲୋଚନା ହୋଇ ପାରିଲା ନାହିଁ। ତେଣୁ କୋଟିଆରେ ବର୍ତ୍ତମାନ ସ୍ଥିତି କଣ ସେ ନେଇ ମନ୍ତ୍ରୀ ଗୃହରେ ଉତ୍ତର ରଖନ୍ତୁ ବୋଲି କହିଛନ୍ତି ଅମର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe