ବିଧାନସଭାରେ ଉଠିଲା ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗ: ବିରୋଧୀଙ୍କ ନାରାବାଜି ଓ ହୋହଲ୍ଲା

Advertisment

ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ

ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ

ବିଧାନସଭାରେ ଉଠିଲା ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗ: ବିରୋଧୀଙ୍କ ନାରାବାଜି ଓ ହୋହଲ୍ଲା

ଭୁବନେଶ୍ବର: ବିଧାନସଭାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି। ଗୃହ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିରୋଧୀ ଦଳର ସଦସ୍ୟମାନେ ନାରାବାଜି କରିଛନ୍ତି। ରାଗିଙ୍ଗର ଶିକାର ହୋଇ ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଗୃହରେ ମଧ୍ୟ ଭାଗରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ବାଚସ୍ପତିଙ୍କ ପୋଡିୟମ ଆଗରେ ବିରୋଧୀମାନେ ହୋହଲ୍ଲା କରିବା ସହ ଉଭୟ କଂଗ୍ରେସ ଓ ବିଜେପି ବିଧାୟକ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଛନ୍ତି। ଏହହାଫଳରେ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ।

ଅନ୍ୟପଟେ ଝିଅ ରୁଚିକାକୁ ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ପରିବାର । ଗତକାଲିଠାରୁ ବିଭିନ୍ନ ଛାତ୍ର ସଂଗଠନ ସହ ଧାରଣରେ ବସିଛନ୍ତି ରୁଚିକାଙ୍କ ମାଆ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେବି କଲେଜ ଗେଟ୍ ସମ୍ମୁଖରେ କିଛି ଛାତ୍ର ସଙ୍ଗଠନ ଧାରଣା ଦେଇଛନ୍ତି। ରୁଚିକାଙ୍କୁ ନ୍ୟାୟ ଓ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ରୁଚିକାଙ୍କ ଆତ୍ମହତ୍ୟା ପାଇଁ କଲେଜ କର୍ତୃପକ୍ଷ ଓ ହଷ୍ଟେଲ ସୁପରିଣ୍ଟେଣ୍ଡଣ୍ଟଙ୍କ ଅବହେଳାକୁ ଦାୟୀ କରିଛନ୍ତି ଛାତ୍ର ସଂଗଠନ। ଦୋଷୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ। ରୁଚିକା ମହାନ୍ତିଙ୍କୁ ନ୍ୟାୟ ନ ମିଳିବା ଯାଏଁ ଲଢେଇ ଜାରି ରହିବ ବୋଲି ଚେତେଇ ଦେଇଛନ୍ତି ଆନ୍ଦୋଳନକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe