ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନରସିଂହଙ୍କ ଦ୍ଵାରା ଅଣାଯାଇଥିବା ସ୍ୱାଧିକାର ଭଙ୍ଗ ନୋଟିସକୁ ନେଇ ଗୃହ ସରଗରମ

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନରସିଂହଙ୍କ ଦ୍ଵାରା ଅଣାଯାଇଥିବା ସ୍ୱାଧିକାର ଭଙ୍ଗ ନୋଟିସକୁ ନେଇ ଗୃହ ସରଗରମ

ଭୁବନେଶ୍ବର: କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଦ୍ଵାରା ଅଣାଯାଇଥିବା ସ୍ୱାଧିକାର ଭଙ୍ଗ ନୋଟିସ୍  ଜାରି ନ ହେବାକୁ ନେଇ ଆଜି ବିଧାନସଭା ସରଗରମ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ୱାଧୀକାର ଭଙ୍ଗ ନୋଟିସ ଅଣା ଯାଇଥିବାରୁ ତାକୁ ଗ୍ରହଣ କରା ଗଲାନି କି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ସେ କହିଛନ୍ତି, ପୂର୍ବରୁ ଯେବେ ସ୍ୱାଧିକାର ଭଙ୍ଗ ନୋଟିସ୍ ମୁଁ ଯେଉଁ ଦିନ ଦେଇଛି ସେହି ଦିନ ଗ୍ରହଣ ହୋଇଛି କିନ୍ତୁ ଆଜି ବାଚସ୍ପତି କହୁଛନ୍ତି ସ୍ୱାଧିକାର ଭଙ୍ଗ ନୋଟିସ ପୂର୍ବ ଦିନ ଦିଆ ଯିବାର ନିୟମ ରହିଛି । ତା’ପରେ ତାକୁ ଅନୁଧ୍ୟାନ କରି ଉପସ୍ଥାପିତ କରିବା ପାଇଁ କୁହାଯିବ । ଏହା ମୋ ପ୍ରତି ଅନ୍ୟାୟ ହେଉଛି । ଆଉ ସେପଟେ ଏହାକୁ ସମର୍ଥନ ବି କରିଥିଲେ ବିରୋଧୀ ଦଳ ନେତା । କାହିଁକି ନରସିଂହ ମିଶ୍ରଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ ମୁଭ କରିବାକୁ ଦିଆଯାଉନି ବୋଲି ସେ କହିଥିଲେ।

ଏଥିସହ ସେ କହିଥିଲେ ‌ଯେ ବିଧାନସଭାରେ ବିନା ଅନୁମତିରେ କେମିତି ମୁଖ୍ୟମନ୍ତ୍ରୀ ଲିଖିତ ବିବୃତି ପଢିଲେ । ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ ଉଭୟ ବିରୋଧୀ ଓ ଶାସକ । ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ ଗୋଟିଏ ପଏଣ୍ଟ ସବୁବେଳେ ଉଠାଉଛନ୍ତି ଲିଖିତ ବିବୃତି କାହିଁକି ପଢୁଛନ୍ତି। ଜଣେ ମନ୍ତ୍ରୀ ଗୋଟେ ଡ଼କ୍ୟୁମେଣ୍ଟ ପଢି ପାରିବା ନିୟମ ରହିଛି । ଲୋକସଭାରେ ବି ଏହି ବ୍ୟବସ୍ଥା ରହିଛି। ତେଣୁ ଏଥିରେ କିଛି ଅସୁବିଧା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe