ବିଧାନସଭା ଷ୍ଟାଣ୍ଡିଂ କମିଟି ସୁପାରିସ ସରକାର ମାନିବାକୁ ବାଧ୍ୟ କି?

Advertisment

ଜାଣିବା ଲାଗି ସ୍ୱତନ୍ତ୍ର ଗୃହ କମିଟି ୨ ତାରିଖରୁ ୩ଟି ରାଜ୍ୟ ଗସ୍ତ କରିବ

ଜାଣିବା ଲାଗି ସ୍ୱତନ୍ତ୍ର ଗୃହ କମିଟି ୨ ତାରିଖରୁ ୩ଟି ରାଜ୍ୟ ଗସ୍ତ କରିବ

୩୦ରେ ସରିବ ବିଧାନସଭା, କରୋନା ପାଇଁ ଅବଧିକୁ କାଣ୍ଟ୍‌ଛାଣ୍ଟ୍‌ କଲେ ବାଚସ୍ପତି

odishaassembly.nic.in

ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ଗୋଆ ବିଧାନସଭା ଷ୍ଟାଣ୍ଡିଂ କମିଟିର ସୁପାରିସକୁ ଅନୁଧ୍ୟାନ
୧୧ ଜଣ ସଦସ୍ୟ ବିଶିଷ୍ଟ ଗୃହ କମିଟିରେ ଅଧ୍ୟକ୍ଷ ଅଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ଭୁବ‌େନଶ୍ବର : ବିଧାନସଭା ଷ୍ଟାଣ୍ଡିଂ କମିଟିର ସୁପାରିସକୁ ସରକାର କେତେଦୂର ଗ୍ରହଣ କରିପାରିବେ? ଷ୍ଟାଣ୍ଡିଂ କମିଟି ସୁପାରିସ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ କି ନାହିଁ? ଅନ୍ୟ ରାଜ୍ୟରେ ଥିବା ବିଧାନସଭାମାନଙ୍କରେ କଣ ନଜିର ରହିଛି? ବାହାର ରାଜ୍ୟର ବିଧାନସଭା ଷ୍ଟାଣ୍ଡିଂ କମିଟିର ଏସବୁ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଷ୍ଟାଣ୍ଡିଂ କମିଟି କାର୍ଯ୍ୟକାରିତା ଅନୁଧ୍ୟାନ ସଂକ୍ରାନ୍ତ ସ୍ବତନ୍ତ୍ର ଗୃହ କମିଟି ଆସନ୍ତା ଫେବ୍ରୁଆରି ୨ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ୩ଟି ରାଜ୍ୟ ଗସ୍ତ କରିବ। ବାଚସ୍ପତି ଶ୍ରୀ ପାତ୍ରଙ୍କ ନେତୃତ୍ବରେ ୧୧ ଜଣିଆ ସଦସ୍ୟ ବିଶିଷ୍ଟ ଗୃହ କମିଟି ମହରାଷ୍ଟ୍ର, ପଶ୍ଚିମବଙ୍ଗ ଓ ଗୋଆ ବିଧାନସଭା ଗସ୍ତ କରି ସେଠାକାର ଷ୍ଟାଣ୍ଡିଂ କମିଟିର କାର୍ଯ୍ୟକାରିତାକୁ ପରଖିବ।

୨୦୦୫ରୁ ଓଡ଼ିଶା ବିଧାନସଭାରେ ଷ୍ଟାଣ୍ଡିଂ କମିଟି ବ୍ୟବସ୍ଥା ପ୍ରଚଳନ ହେଲା। ସେବେଠୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ବିଭାଗ ପାଇଁ ଗଠିତ ୧୦ଟି ଷ୍ଟାଣ୍ଡିଂ କମିଟି ପ୍ରତିବର୍ଷ ବିଭାଗୀୟ ଖର୍ଚ୍ଚଦାବି ଉପରେ ବଜେଟରେ ହୋଇଥିବା ବ୍ୟୟ ବରାଦର ତର୍ଜମା କରି ସରକାରଙ୍କୁ ଅଧିକ କ୍ରିୟାଶୀଳ କରିବାକୁ ସୁପାରିସ କରିଥାଏ। ତେବେ ଷ୍ଟାଣ୍ଡିଂ କମିଟିର ସୁପାରିସକୁ ସରକାର କେତେବେଳେ ଗ୍ରହଣ କରିଥାନ୍ତି ତ ପୁଣି କେତେବେଳେ ଗ୍ରହଣ କରି ନଥାନ୍ତି। ଏହାକୁ ନେଇ ବିରୋଧୀ ସଦସ୍ୟମାନେ ଅନେକ ସମୟରେ ବିଧାନସଭା ଗୃହରେ ମଧ୍ୟ ସ୍ବର ଉଠାନ୍ତି। ଷ୍ଟାଣ୍ଡିଂ କମିଟିର ସୁପାରିସ କେତେଦୂର କାର୍ଯ୍ୟକାରୀ ହେଉଛି ସେ ବିଷୟରେ ତର୍ଜମା କରିବାକୁ ପ୍ରାୟ ୩ ବର୍ଷ ତଳେ ଏହି ସ୍ବତନ୍ତ୍ର ଗୃହ କମିଟି ଗଠନ ହୋଇଥିଲା। ବଜେଟ୍‌ ସମୟ ବ୍ୟତୀତ ଅନ୍ୟ ସମୟରେ ଷ୍ଟାଣ୍ଡିଂ କମିଟିର ସୁପାରିସଗୁଡ଼ିକ ସରକାର କିପରି କାର୍ଯ୍ୟକାରୀ କରୁଛନ୍ତି ସେ ନେଇ ମଧ୍ୟ କମିଟି ଅନୁଧ୍ୟାନ କରିବ ବୋଲି ଜଣାପଡ଼ିଛି।

ଏହି ଗୃହ କମିଟିରେ ଅନ୍ୟମାନଙ୍କ ମଧ୍ୟରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାକୟକ ତାରା ପ୍ରସାଦ ବାହିନୀପତି, ସିପିଏମ୍‌ ବିଧାୟକ ଲକ୍ଷ୍ଣଣ ମୁଣ୍ଡା, ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବରିଷ୍ଠ ବିଧାୟକ ତଥା ପୂର୍ବତନ ବାଚସ୍ପତି ପ୍ରଦୀପ କୁମାର ଅମାତ୍‌, ପୂର୍ବତନ ବାଚସ୍ପତି ତଥା ବିଧାୟକ କିଶୋର ମହାନ୍ତି ଓ ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର ସଦସ୍ୟ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe