ଆସନ୍ତା ୧୪ରୁ ବିଧାନସଭା, ୧୮ରେ ବଜେଟ୍

ଗୃହ ସ୍ବାଭାବିକ ପାଇଁ ବାଟ ଖୋଲିଲା

www.indiatvnews.com

ଭୁବନେଶ୍ବର: ଆସନ୍ତା ୧୪ରୁ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ। େଫବ୍ରୁଆରି ୧୮ ତାରିଖ ଦିନ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ଉପସ୍ଥାପନ କରିବେ। ରାଜ୍ୟପାଳଙ୍କ ସମନ ପରେ ବିଧାନସଭା ସଚିବାଳୟ ପକ୍ଷରୁ ଏ ସଂକ୍ରାନ୍ତ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ତଦନୁଯାୟୀ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବ୍ରୁଆରି ୧୪ ତାରିଖରେ ଆରମ୍ଭ ହୋଇ ୨୬ ତାରିଖ ଯାଏ ଚାଲିବ। ପ୍ରଥମ ଦିନ ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିଭାଷଣ ଦେବେ। ପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରାଯାଇ ଆଲୋଚନା କରାଯିବ। ୧୮ ତାରିଖରେ ବଜେଟ୍ ଆଗତ ପରେ ୨୪ରୁ ୨୬ ତାରିଖ ଯାଏ ବଜେଟ୍ ଉପରେ ସାଧାରଣ ଆଲୋଚନା ହେବ।

ସଂସଦୀୟ ଢାଞ୍ଚାରେ ବିଭାଗଵାରି ସ୍ଥାୟୀ କମିଟି ଚିଠା ବଜେଟ୍ ତର୍ଜମା କରିବେ। ମାର୍ଚ୍ଚ ୧୧ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେବ। ସେହିଦିନ ସ୍ଥାୟୀ କମିଟି ତାଙ୍କ ରିପୋର୍ଟ ଉପସ୍ଥାପନ କରିବେ। ୧୨ ତାରିଖରୁ ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହେବ ଓ ୩୧ ତାରିଖ ଦିନ ବ୍ୟୟ ମଞ୍ଜୁରି ବିଲ୍ ପାରିତ ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି। ସମୁଦାୟ ଅଧିବେଶନ ମଧ୍ୟରେ େମାଟ ୪ଟି ବେସରକାରୀ କାର୍ଯ୍ୟଦିବସ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe