ଜୁଲାଇ ୩୧ ଯାଏଁ ବିଧାନସଭା ବନ୍ଦ ରହିବ, ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସୂଚନା

ସେପ୍ଟେମ୍ବର ୧ରୁ ବିଧାନସଭା

image source--odishaassembly.nic.in

ଭୁବନେଶ୍ବର: ଓଡ଼ିଶା ବିଧାନସଭାର ୫ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ବୋଲି ଜଣାଯିବା ପରେ ଆଗାମୀ ଜୁଲାଇ ୩୧ ଯାଏଁ ବିଧାନସଭାକୁ ବନ୍ଦ ରଖାଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।
ଏହାଛଡ଼ା ସଂପୃକ୍ତ କରୋନାରେ ଆକ୍ରାନ୍ତ କର୍ମଚାରୀଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ନିର୍ଦେଶ ଦିଆଯାଇଛି ବୋଲି ବି ବାଚସ୍ପତି କହିଛନ୍ତି ।
ନୀଳଗିରି ବିଧାୟକଙ୍କ ସଂସ୍ପର୍ଶରେ ଆସିଥିବା ୧୨ଜଣଙ୍କ କରୋନା ପରୀକ୍ଷା କରାଯିବା ପରେ ସେମାନଙ୍କ ଭିତରୁ ୫ଜଣଙ୍କ କରୋନା ପରୀକ୍ଷା ରିପୋର୍ଟ ଆସିଛି । ଏମାନେ ସମସ୍ତେ ଘରୋଇ ସଂଗରୋଧରେ ରହିଛନ୍ତି । ତେବେ କରୋନା ପଜିଟିଭ ବାହାରିବା ପରେ ବିଧାନସଭା ସାନିଟାଇଜ କରାଯିବ । ଆଗାମୀ ଅଗଷ୍ଟ ୧ ତାରିଖ ଦିନ ବିଧାନସଭା ସାନିଟାଇଜ କରାଯିବ ଏବଂ ୪ ତାରିଖରେ ବିଧାନସଭା ଖୋଲିବ ବୋଲି ମଧ୍ୟ ବାଚସ୍ପତି କହିଛନ୍ତି ।
ସୁଚନା ଅନୁସାରେ ଦେବୀମିଶ୍ରଙ୍କ ସଭାପତିତ୍ୱରେ ହୋଇଥିବା କମିଟି ବୈଠକରେ ନୀଳଗିରି ବିଧାୟକ ଉପସ୍ଥିତ ଥିଲେ । ତା’ପରେ ବୈଠକ ବାତିଲ କରାଯାଇଥିଲା । ସେବେଠାରୁ ସମସ୍ତେ ସଂଗରୋଧରେ ଥିଲେ ।

ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨,୬୯୩କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି କରୋନାରେ ଆଉ ୬ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୦କୁ ବୃଦ୍ଧି ପାଇଛି।

ଏବେ ରାଜ୍ୟରେ ମୋଟ୍ ୧୪,୩୯୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୧୪୮ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe