କୋଭିଡ କଟକଣା ଭିତରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ, ଦିବଙ୍ଗତ ନେତା ଓ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ

Advertisment
ହାଜତ ମୃତ୍ୟୁ ତାତି : ବିଧାନସଭା ହୁଲ୍‌ସ୍ତୁଲ୍‌

image source--odishaassembly.nic.in

ଭୁବନେଶ୍ବର: କୋଭିଡ କଟକଣା ଭିତରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଲା । ନବୀନ ନିବାସରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଛନ୍ତି । ଅଧିବେଶନ ଆରମ୍ଭରୁ ଦିବଙ୍ଗତ ନେତା, କୋଭିଡ ଯୋଦ୍ଧା ଓ ଦେଶ ପାଇଁ ସହିଦ ହୋଇଥିବା ସେନା ଅଧିକାରୀଙ୍କ ଉଦ୍ଦେଶ୍ୟରେ ଭିସିରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ । ପ୍ରଥମ ଥର ପାଇଁ ନବୀନ ନିବାସରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ବିଧାନସଭା ଅଧିବେଶନରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ଅନ୍ୟ କିଛି ବରିଷ୍ଠ ବିଧାୟକ ଲୋକସେବା ଭବନରୁ ଭିଡ଼ିଓ କନଫରେନ୍ସିଂରେ ଉପସ୍ଥିତ ଥିବା ବେଳେ ଆଉ କିଛି ବିଧାୟକ ଜିଲ୍ଲା ପ୍ରଶାସନର ମୁଖ୍ୟ କାର୍ଯ୍ୟାଳୟରୁ ଯୋଗ ଦେଇଛନ୍ତି।

publive-image

ସେହିଭଳି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ବିଧାନସଭାରେ ଉପସ୍ଥିତ ଥିବା ବେଳେ କଂଗ୍ରେସ ବିଧାୟକ ମଧ୍ୟ ଚଳିତ ଅଧିବେଶନରେ ସାମିଲ ହୋଇଛନ୍ତି । କୋଭିଡ ପାଇଁ ଗୃହ ଭିତରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ପ୍ରତ୍ୟେକ ସଦସ୍ୟଙ୍କ ଆସନ ଆଗରେ କାଚ ସିଲ୍ଡ ଲଗାଯାଇଛି । ଏହାବାଦ୍ ଦର୍ଶକ ଗ୍ୟାଲେରୀ ଓ ବାଚସ୍ପତି ଗ୍ୟାଲେରୀରେ ବିଧାୟକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । କରୋନା ପାଇଁ ସମସ୍ତ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି ମାସ୍କ ସହ ଗ୍ଲୋବସ ବ୍ୟବହାର କରିଛନ୍ତି । ଚଳିତ ଅଧିବେଶନରେ ପ୍ରଶ୍ନକାଳକୁ ବାତିଲ କରାଯାଇଥିବା ବେଳେ ଭିସି ମାଧ୍ୟମରେ ବିଧାନସଭା ଅଧିବେଶନରେ ସାମିଲ ହେବାକୁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe