କଳିକେଶଙ୍କୁ ବିଧାନସଭା ଟିକେଟ୍‌

Advertisment
କଳିକେଶଙ୍କୁ ବିଧାନସଭା ଟିକେଟ୍‌

The Wire

ବଲାଙ୍ଗୀର: ବିଜେଡି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିବାପରେ ବଲାଙ୍ଗୀର ଜିଲ୍ଲାର ରାଜନୈତିକ ବାତାବରଣ ଉଷ୍ମ ହୋଇଉଠିଛି। ବିଜେଡି ନିଜ ପୁରୁଣା ଚେହେରାଙ୍କୁ ପୁଣି ଭରସା କରି ଟ‌ିକେଟ୍ ଦେଇଛି। ପାଟଣାଗଡ଼ରୁ ସରୋଜ ମେହେର, ବଲାଙ୍ଗୀରରୁ କଳିକେଶ ସିଂଦେଓ, ଟିଟିଲାଗଡ଼ରୁ ଟୁକୁନି ସାହୁଙ୍କ ଉପରେ ଦଳ ଆଉଥରେ ଆସ୍ଥା ପ୍ରକଟ କରିଛି। ଗତଥର କଳିକେଶ ଲୋକସଭା ଟିକେଟ୍‌ ପାଇ ପରାଜିତ ହୋଇଥିଲେ। ତେବେ, ଦଳ ତାଙ୍କୁ ଲୋକସଭା ବଦଳରେ ବଲାଙ୍ଗୀର ବିଧାନସଭାରୁ ପ୍ରାର୍ଥୀ କରିଛି।

ଲୋଇସିଂହା ନିର୍ବାଚନମଣ୍ତଳୀରେ ନୂଆ ଚେହେରା ଭାବେ ଦଳ ନୀହାର ବେହେରାଙ୍କୁ ଟିକେଟ୍ ଦେଇଛି। ବର୍ତ୍ତମାନ ଯାଏ କଣ୍ଟାବାଞ୍ଜି ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିନାହିଁ। ଯାହାକୁ ନେଇ ଆଶାୟୀ ଏବଂ କର୍ମୀ ମହଲରେ ଉତ୍କଣ୍ଠା ଭରି ରହିଛି। ଏଠାରେ ପୂର୍ବତନ ବିଧାୟକ ଆୟୁବ ଖାନ୍‌, ତାଙ୍କ ପୁଅ ଅମଜାଦ୍ ଏବଂ ଗତ ନିର୍ବାଚନର ପ୍ରାର୍ଥୀ ଅଜୟ ଦାସଙ୍କ ସମେତ ଆହୁରି ଅନେକ ଆଶାୟୀ ରହିଛନ୍ତି। ସେଠାକାର ସ୍ଥିତିକୁ ସଳଖାଇବା ପାଇଁ ଦଳ ନିଷ୍ପତ୍ତିକୁ ଦ୍ବିତୀୟ ପର୍ଯ୍ୟାୟକୁ ଟାଳି ଦେଇଥିବା ଜଣାପଡୁଛି।।

ଅନ୍ୟପକ୍ଷରେ, ଲୋକସଭା ଟିକେଟକୁ ନେଇ ଥିବା ଦ୍ବନ୍ଦ୍ବ ବଳବତ୍ତର ରହିଛି। ମନ୍ତ୍ରୀ ଟୁକୁନି ସାହୁ ଏବଂ କଳିକେଶ ବିଧାନସଭା ଆସନରୁ ଲଢ଼ିବାନେଇ ଚୂଡ଼ାନ୍ତ ହେବାପରେ ଏହି ଦ୍ବନ୍ଦ୍ବ ଆହୁରି ବଢ଼ିଛି। ସେହିପରି ଲୋକସଭା ଟିକେଟ ପାଇଁ କଳିକେଶଙ୍କ ନାଁ ମଧ୍ୟ ଆଗରେ ରହିଥିଲା। କିନ୍ତୁ, କଳିକେଶଙ୍କ ପ୍ରଚାର ପରିସୀମା ବଲାଙ୍ଗୀର ବିଧାନସଭା କ୍ଷେତ୍ର ମଧ୍ୟରେ ସୀମିତ ରହିଥିଲା। ଏଥିରୁ କଳିକେଶ ବିଧାନସଭା ଟିକେଟ ପାଇଁ ଆଗ୍ରହୀ ଥିବା ବାରି ହେଉଥିଲା। ଦଳର ପ୍ରଥମ ପସନ୍ଦର ଦୁଇଜଣ ଅର୍ଥାତ ଟୁକୁନି ଓ କଳିକେଶଙ୍କ ନାମ ବିଧାନସଭା ଟିକେଟ ପାଇଁ ଚୂଡ଼ାନ୍ତ ହେବାପରେ ଲୋକସଭା ଆସନ ପାଇଁ ଗଣିତ ଅଛିଣ୍ତା ହୋଇ ରହିଛି। ଏବେ ଦଳର ସମସ୍ତ ଆଗଧାଡ଼ିର ନେତାଙ୍କୁ ବିଧାନସଭା ପାଇଁ ଟିକେଟ ମିଳିଥିବାରୁ କୌଣସି ନୂଆ ଚେହେରାକୁ ଲୋକସଭା ଟିକେଟ ମିଳିବା ପ୍ରାୟତଃ ନିଶ୍ଚିତ। ଆଗାମୀ ଦିନରେ ଅନ୍ୟ ଦଳର ତୁଙ୍ଗନେତା ବିଜେଡିକୁ ଡେଇଁ ଟିକେଟ ହାତେଇବେ ବୋଲି ମଧ୍ୟ ଚର୍ଚ୍ଚା ଜୋର୍‌ ଲାଗି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe