ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ

ଖଣି ଦୁର୍ନୀତିକୁ ନେଇ କମ୍ପିଲା ବିଧାନସଭା

odishaassembly.nic.in

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ଦ୍ବିତୀୟ ଅଧିବେଶନ ମାର୍ଚ୍ଚ ୧୧ ତାରିଖରୁ ଏପ୍ରିଲ୍‌ ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଧାର୍ଯ୍ୟ କରାଯାଇଛି।

ବିଧାନସଭା ଲାଗି ଉଭୟ ଶାସକ ଓ ବିରୋଧୀ ପ୍ରସ୍ତୁତ ଥିବା ସୂଚନା ମିଳିଛି । ଆଜି ଗୃହରେ ମଣ୍ଡିରୁ ଧାନ ଉଠୁନଥିବା ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ସଜବାଜ ହେଉଥିବା ଆଭାସ ମିଳୁଛି । କେବଳ ଧାନ କଥା ନୁହେଁ ବରଂ ଗୃହକୁ ୟେସ ବ୍ୟାଙ୍କ ପ୍ରସଙ୍ଗ ବି ସରଗରମ କରିବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । କିଛିଦିନ ହେବ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ଯେମିତି ଭାବରେ ବିରୋଧୀମାନେ ବର୍ଷୁଛନ୍ତି ତାହା ସ୍ପଷ୍ଟ କରୁଛି ଯେ ଜଗନ୍ନାଥଙ୍କ ଟଙ୍କା ପ୍ରସଙ୍ଗ ବି ଉଠିପାରେ।

ସରକାର ଜାଣିଶୁଣି ଜଗନ୍ନାଥଙ୍କ ଟଙ୍କା ୟେସ ବ୍ୟାଙ୍କରେ ରଖିଥିଲେ କେବଳ ସୁଧ ଲୋଭରେ ବୋଲି ବଜେପି ପୂର୍ବରୁ ମଧ୍ୟ ଅଭିଯୋଗ କରିଛି । ସେପଟେ ନିୟମ ବିରୋଧରେ ଯାଇ ଠାକୁରଙ୍କ ଟଙ୍କା କାହିଁକି ଘରୋଇ ବ୍ୟାଙ୍କରେ ରଖାଯାଇଛି ବୋଲି କଂଗ୍ରେସ ମଧ୍ୟ ପ୍ରଶ୍ନ କରିଛି । ଏହାରି ମଧ୍ୟରେ ଗୃହ ଆରମ୍ଭ ହେବାକୁ ଯାଉଛି । ତେବେ ବିରୋଧୀଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ଶାସକ ଦଳ ମଧ୍ୟ ନିଜକୁ ପ୍ରସ୍ତୁତ କରିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ଆଇନ ମନ୍ତ୍ରୀ  ପ୍ରତାପ ଜେନା କହିଥିଲେ ଯେ ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା ପାଇଁ ବିଧାନସଭାରେ ବିଲ୍ ଗୃହୀତ ହେବା ଆବଶ୍ୟକ। ତେଣୁ ଏ ସଂପର୍କିତ ବିଲ୍ ଆସନ୍ତା ବିଧାନସଭା ଅଧିବେଶନରେ ଗୃହରେ ଉପସ୍ଥାପନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe