ଦିନକ ପୂର୍ବରୁ ମୌସୁମୀ ଅଧିବେଶନ ଶେଷ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବି

ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ବୁଧବାର ଦିନ ଶେଷ ହୋଇଛି। ମୌସୁମୀ ଅଧିବେଶନ ପୂର୍ବ ନିର୍ଦ୍ଧାରିତର ଦିନକ ପୂର୍ବରୁ ଶେଷ ହୋଇଛି। ସେପ୍ଟେମ୍ବର ୧୬ରୁ ଅଧିବେଶନ ଆରମ୍ଭ ହୋଇଥିଲା।

New Project (9)

ଭୁବନେଶ୍ବର: ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ବୁଧବାର ଦିନ ଶେଷ ହୋଇଛି। ମୌସୁମୀ ଅଧିବେଶନ ପୂର୍ବ ନିର୍ଦ୍ଧାରିତର ଦିନକ ପୂର୍ବରୁ ଶେଷ ହୋଇଛି। ସେପ୍ଟେମ୍ବର ୧୬ରୁ ଅଧିବେଶନ ଆରମ୍ଭ ହୋଇଥିଲା। ସୂଚୀ ଅନୁସାରେ ସେପ୍ଟେମ୍ବର ୨୫ ଯାଏଁ ଗୃହ ଚାଲିବାର ଥିଲା। ତେବେ ବାଚସ୍ପତି ସୁରମା ପାଢ଼ୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ କାର୍ଯ୍ୟ ମୁଲତବି ରଖିଛନ୍ତି। କିଛି ସରକାରୀ କାର୍ଯ୍ୟ ନଥିବାରୁ ଓ ନବରାତ୍ର ପୂଜା ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ଗୃହ କାର୍ଯ୍ୟକୁ ବନ୍ଦ ପ୍ରସ୍ତାବ ଆଣିଛନ୍ତି। 

ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ଗତ ୧୬ ତାରିଖ ଦିନ ଆରମ୍ଭ ହୋଇଥିଲା। ଏହି ଅଧିବେଶନ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା। କିନ୍ତୁ କିଛି ସରକାରୀ କାର୍ଯ୍ୟ ନଥିବାରୁ ଓ ନବରାତ୍ର ପୂଜା ପାଇଁ ଆଜି ସରକାରୀ ଦଳ ମୁଖ୍ୟ ସଚେତକ ଗୃହ କାର୍ଯ୍ୟକୁ ବନ୍ଦ ପ୍ରସ୍ତାବ ଆଣିଥିଲେ। ଫଳରେ ଦିନକ ପୂର୍ବରୁ ବିଧାନସଭାର ମୌସୁମୀ ଅଧିବେଶନ ଶେଷ କରାଯାଇଛି। 

ତେବେ ମୌସୁମୀ ଅଧିବେଶନରେ ସାତଟି କାର୍ଯ୍ୟ ଦିବସ ଥିବା ବେଳେ ଛଅଟି କାର୍ଯ୍ୟ ଦିବସ ଅନୁଷ୍ଠିତ ହୋଇଛି। ବିଧାନସଭାର ଦ୍ବିତୀୟ ଦିନ ଠାରୁ ଆଜି ପର୍ଯ୍ୟନ୍ତ ବିରୋଧୀ ବିଜେଡି ଓ କଂଗ୍ରେସ ବାରମ୍ବାର ହୋହାଲ୍ଲା କରିଥିଲେ। ଦ୍ବିତୀୟ ଦିନରେ ବିଜେଡି ବିଧାୟକମାନେ ରାଜ୍ୟରେ ଚାଷୀମାନଙ୍କୁ ଉପଯୁକ୍ତ ପରିମାଣରେ ସାର ଦିଆଯାଉ ନଥିବା ଅଭିଯୋଗ ଆଣି ହୋହାଲ୍ଲା କରିଥିଲେ। ସେହିପରି କଂଗ୍ରେସ ବିଧାୟକମାନେ ଏକାଧିକ ଥର କକ୍ଷତ୍ୟାଗ କରିଥିଲେ। କଂଗ୍ରେସ ବିଧାୟକମାନେ ବିଧାନସଭା ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ମୂର୍ତ୍ତି ତଳେ ବସିଥିଲେ। ଏହି ଅଧିବେଶନରେ କଂଗ୍ରେସ ବିଧାୟକମାନେ ଅନାସ୍ଥା ପ୍ରସ୍ତାବ ମଧ୍ୟ ଦୁଇ ଥର ଆଣିଥିଲେ। 

ଗୃହ କାର୍ଯ୍ୟ ସମୟରେ ବିରୋଧୀ ଦଳର ବିଧାୟକମାନେ ଶାସକ ଦଳକୁ ଏକାଧିକ ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ। ଶାସକ ଦଳ ଏହାର ଉତ୍ତର ଦେଇଥିଲେ। ଷଷ୍ଠ ଦିନରେ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏଜି ରିପୋର୍ଟ ଉପସ୍ଥାପନ କରିଥିଲେ। ସେହିପରି ଗୃହରେ ଓଡ଼ିଶା ଦ୍ରବ୍ୟ ଓ ସେବା କର(ସଂଶୋଧନ)ବିଲ ୨୦୨୫ ପାରିତ ହୋଇଛି।

Assembly

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe