ଭୂଲେଖରେ ଉଲ୍ଲେଖ ନଥିବା ଜମିରେ ପ୍ରକଳ୍ପକୁ ରିହାତି, ସହାୟତା ପ୍ରଦାନ

Advertisment

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ମାର୍ଗଦର୍ଶିକାରେ ସଂଶୋଧନ, ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ପ୍ରକଳ୍ପଗୁଡ଼ିକ ଯୋଜନାରେ ସାମିଲ

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ମାର୍ଗଦର୍ଶିକାରେ ସଂଶୋଧନ, ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ପ୍ରକଳ୍ପଗୁଡ଼ିକ ଯୋଜନାରେ ସାମିଲ

ଖରିଫ୍ ମଣ୍ଡି ପଞ୍ଜୀକରଣରେ ୮୫% ନକଲି ପ୍ଲଟ୍: ଧରିଲା ସ୍ୟାଟଲାଇଟ୍ ସର୍ଭେ, ୧୭୫୧୨ରୁ ୨୪୯୮ ପ୍ଲଟ ବୈଧ

ଭୁବନେଶ୍ବର : କୃଷି ଉଦ୍ୟୋଗ ଯୋଜନା ମାର୍ଗଦର୍ଶିକାକୁ ସରଳ କରାଯାଇଛି। ଏହାର ଅନ୍ତର୍ଗତରେ ରିହାତି ରାଶିକୁ ୫୦ ଲକ୍ଷ ଟଙ୍କାରୁ ୧ କୋଟି ଏବଂ ପ୍ରକଳ୍ପ ମୂଲ୍ୟର ସର୍ବୋଚ୍ଚ ସୀମା ୨୦ କୋଟିରୁ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଉଦ୍ୟୋଗୀମାନେ ଯେଭଳି ଭାବେ ସହଜ ଏବଂ ସୁବିଧାରେ ଏହାର ଲାଭ ନେଇ ପାରିବେ ସେଥିପାଇଁ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ଦେଇଛନ୍ତି କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଏହାଦ୍ୱାରା ରାଜ୍ୟରେ ନୂତନ ଉଦ୍ୟୋଗୀ ସୃଷ୍ଟି ହେବା ସହିତ କୃଷି କ୍ଷେତ୍ରରେ ପୁଞ୍ଜିନିବେଶ ବଢ଼ିବ ବୋଲି ଆଶା ରହିଛି।

ସଂଶୋଧିତ ନିୟମାବଳୀ ଅନୁଯାୟୀ ସର୍ବାଧିକ ସ୍ଥାୟୀ ପୁଞ୍ଜିନିବେଶ ରିହାତିର ୧୦ ବର୍ଷର ଅବଧି ପରେ କୃଷି-ଉଦ୍ୟୋଗୀମାନେ ନୂତନ ପ୍ରକଳ୍ପ ପ୍ରତିଷ୍ଠା କିମ୍ବା ପ୍ରକଳ୍ପ ସଂପ୍ରସାରଣ, ନବୀକରଣ ପାଇଁ ମଧ୍ୟ ରିହାତି ଆବେଦନ କରିପାରିବେ। ଏହା ସେମାନଙ୍କୁ ପ୍ରକଳ୍ପର ଅଭିବୃଦ୍ଧି ପାଇଁ ପ୍ରୋତ୍ସାହିତ କରିବ। ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ପ୍ରକଳ୍ପଗୁଡ଼ିକୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସାମିଲ କରାଯାଇଛି। ରାଜସ୍ୱ ବିଭାଗ ଦ୍ୱାରା ସର୍ଭେ ହୋଇ ନଥିବା କାରଣରୁ ଭୂଲେଖରେ ଉପଲବ୍ଧ ହେଉ ନଥିବା ଜମିରେ ପ୍ରତିଷ୍ଠା ହୋଇଥିବା ଉଦ୍ୟୋଗଗୁଡ଼ିକୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇଛି। ଏଥିସହିତ ସେରିକଲଚର ଉଦ୍ୟୋଗଗୁଡ଼ିକୁ ମଧ୍ୟ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଅନ୍ତର୍ଭୁକ୍ତ କରାଯାଇଛି। ସେହିପରି ଯୋଜନାରେ ସମସ୍ତ ବର୍ଗଙ୍କୁ ସାମିଲ କରିବା ଉଦ୍ଦେଶ୍ୟରେ କିନ୍ନରମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ସେମାନଙ୍କୁ ମଧ୍ୟ ୫୦ ପ୍ରତିଶତ ପର୍ଯ୍ୟନ୍ତ ସ୍ଥାୟୀ ପୁଞ୍ଜିନିବେଶ ରିହାତିର ସୁବିଧା ଯୋଗାଇ ଦିଆଯିବ।

ଆପିକଲ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସଫଳ ରୂପାୟନ ଫଳରେ ରାଜ୍ୟରେ ଅଦ୍ୟାବଧି ୧୭୦୧ କୃଷି ଉଦ୍ୟୋଗୀ ସୃଷ୍ଟି ହୋଇପାରିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟ ସରକାର ପୁଞ୍ଜିନିବେଶ ରିହାତି ବାବଦକୁ ୯୪୩ ଜଣ ଉଦ୍ୟୋଗୀଙ୍କୁ ମୋଟ ୮୧.୨୨ କୋଟି, ୨୦୨୧-୨୨ରେ ୩୭୪ ଜଣ ଉଦ୍ୟୋଗୀଙ୍କୁ ୩୧.୦୬ କୋଟି ଟଙ୍କାର ରିହାତି ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ପ୍ରାୟ ୧୦୦ଟି ପ୍ରକଳ୍ପକୁ ତାଲିକାଭୁକ୍ତ କରାଯାଇଛି। ଏଥିମଧ୍ୟରୁ କୃଷିକ୍ଷେତ୍ରର ୨୫ଟି, ଉଦ୍ୟାନକୃଷିର ୨୭ଟି, ମତ୍ସ୍ୟ କ୍ଷେତ୍ରରେ ୧୪ଟି, ପ୍ରାଣୀପାଳନର ୧୫ଟି ଏବଂ ଆନ୍ତର୍ବିଭାଗର ପ୍ରାୟ ୧୯ଟି ପ୍ରକଳ୍ପକୁ ଅନ୍ତର୍ଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe