Assistant engineer dies on Holi Photograph: (sambad.in)
କାଲିମେଳା: ସମଗ୍ର ଦେଶରେ ହୋଲିର ମାହୋଲ ଚାଲିଥିବା ବେଳେ କାଲିମେଳା ଅଂଚଳରେ ଏକ ଦୁଃଖଦ ଘଟଣା ଘଟି ଯାଇଛି।କାଲିମେଳା ବ୍ଲକର ସହକାରୀ ଯନ୍ତ୍ରୀ ବିବେକାନନ୍ଦ ପ୍ରଧାନଙ୍କର ଶନିବାର ସକାଳେ ହୃଦ୍ଘାତରେ ମୃତ୍ୟୁ ହୋଇଯାଇଛି । ସହକାରୀ ଯନ୍ତ୍ରୀ ବ୍ଲକ ସମ୍ମୁଖରେ ଥିବା ସରକାରୀ କ୍ୱାର୍ଟରରେ ଏକୁଟିଆ ରହୁଥିଲେ।
ଶୁକ୍ରବାର ରାତିରେ ସ୍ଥାନୀୟ ହନୁମାନ ମନ୍ଦିରରେ ସଂକ୍ରାନ୍ତି ମେଳାରେ ପ୍ରସାଦ ସେବନ କରି ନିଜ କ୍ୱାର୍ଟରକୁ ଆସି ଶୋଇଥିଲେ । ହେଲେ ଶନିବାର ସକାଳୁ ତାଙ୍କ ଦେହ ଭଲ ଲାଗୁନି ମୋତେ ଟିକେ ମେଡିକାଲ ନେଇଯାଅ ବୋଲି ନିଜର ଜଣେ ପରିଚିତ ଲୋକଙ୍କୁ ଫୋନ କରି ଜଣାଇ ଥିଲେ।
ତୁରନ୍ତ ତାଙ୍କୁ କାଲିମେଳା ମେଡିକାଲ ନିଆ ଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ତାଙ୍କ ଘର କେନ୍ଦୁଝର ଜିଲ୍ଲାରେ ହୋଇଥିବା ବେଳେ ସେ ୩ ବର୍ଷ ହେଲା କାଲିମେଳା ବ୍ଲକରେ ସହକାରୀ ଯନ୍ତ୍ରୀ ଭାବରେ କାମ କରି ବେଶ ଲୋକ ପ୍ରିୟ ହୋଇପାରି ଥିଲେ।
ଅଧିକ ପଢ଼ନ୍ତୁ: ପୁଲିସ ଅଧିକାରୀଙ୍କ ସହ ହୋଲି ପାଳନ କଲେ ମୁଖ୍ୟମନ୍ତ୍ରୀ, ଭିଡିଓ ଦେଖନ୍ତୁ
ଆସନ୍ତା ମେ’ ମାସରେ ସେ ଚାକିରୀରୁ ଅବସର ଗ୍ରହଣ କରିଥାନ୍ତେ। ତାଙ୍କର ମୃତ୍ୟୁରେ ବିଡ଼ିଓ ପ୍ରଦୀପ କୁମାର କର, ବ୍ଲକ ଅଧକ୍ଷା ସୁବାସିନୀ ସୋଡି, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି, ପୂର୍ବତନ ବ୍ଲକ ଅଧକ୍ଷ ମାଲା ମାଢିଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ମେଡିକାଲ ଯାଇ ତାଙ୍କର ଶେଷ ଦର୍ଶନ କରିଥିଲେ।
ଅଧିକ ପଢ଼ନ୍ତୁ: ଉତ୍ତରପ୍ରଦେଶ: ନଦୀରେ ଓଲଟିଲା ଡଙ୍ଗା, ୪ ମୃତ
Follow Us