ଠିକାଦାର ନାମରେ ଏତଲା ଦେଲେ ସହକାରୀ ଯନ୍ତ୍ରୀ

ଠିକାଦାର ନାମରେ ଏତଲା ଦେଲେ ସହକାରୀ ଯନ୍ତ୍ରୀ

ପାରଳାଖେମୁଣ୍ତି, :  ପାରଳାଖେମୁଣ୍ଡି ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ନିରଞ୍ଜନ ବେହେରା ପାରଳାଖେମୁଣ୍ତି ଥାନାରେ ଜଣେ ଠିକାଦାର ଏବ˚ କନିଷ୍ଠଯନ୍ତ୍ରୀଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି।

ସୂଚନା ମୁତାବକ ପାରଳାଖେମୁଣ୍ତି ପୁରଣାପାଟଣାରେ ଏକ ରାସ୍ତା କାମକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଠିକାଦାର ରିଙ୍କୁ ସାହୁ ଉକ୍ତ ଠିକା କାମ କରିଥିବା ବେଳେ କନିଷ୍ଠ ଯନ୍ତ୍ରୀ ଏହାର ତଦାରଖ କରୁଥିଲେ। ଏହି କାର୍ଯ୍ୟକୁ ସହକାରୀ ଯନ୍ତ୍ରୀ ନିରଂଜନ ବେହେରା ଅନୁଧ୍ୟାନ କରି କାମ ନିମ୍ନ ମାନର ଏବ˚ ନିୟମ ଅନୁସାରେ ହୋଇନାହିଁ ବୋଲି ମତ ପ୍ରକାଶ କରିଥିଲେ। ଏହାପରେ ସହକାରୀ ଯନ୍ତ୍ରୀଙ୍କୁ ଠିକାଦାର ଗାଳି ଗୁଲଜ କରିଥିଲେ ବୋଲି ଥାନାରେ ଅଭିଯୋଗ କରିଛନ୍ତି। ଏହି ବିଷୟରେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ଦାସଙ୍କୁ ପଚାରିବାରୁ ସେ ଏହି ଘଟଣା ସମ୍ପର୍କରେ ସେ ଖବର ପାଇଛନ୍ତି  କିନ୍ତୁ  ସବିଶେଷ ତଥ୍ୟ ତାଙ୍କ ନିକଟରେ ନଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe