ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ଝାରସୁଗୁଡ଼ା : ଝାରସୁଗୁଡ଼ାସ୍ଥିତ ଜାତୀୟ ରାଜପଥ ପ୍ରାଧିକରଣର ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଯୁକ୍ତା ସିଂହ ଗୁରୁବାର ଜଣେ କଣ୍ଟ୍ରାକ୍ଟରଙ୍କଠାରୁ ୨୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏ ସଂକ୍ରାନ୍ତରେ ରାଉରକେଲା ଭିଜିଲାନ୍ସ ଥାନା ଏକ ମାମଲା ରୁଜୁ କରିବା ସହ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେପଟେ ସଂଯୁକ୍ତା ସିଂହଙ୍କ ବାସଭବନ ସମେତ ମୋଟ ୩ଟି ସ୍ଥାନରେ ଚଢ଼ଉ ଜାରି ରହିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୁଶ୍ରୀ ସିଂହ ଜଣେ ଠିକାଦାରଙ୍କ ଶେଷ ବିଲ୍‌ ପାସ କରାଇବା ପାଇଁ ଲାଞ୍ଚ ମାଗିଥିଲେ। ୨୭ ହଜାର ଟଙ୍କା ଦେଲେ ବିଲ୍‌ ପାସ୍‌ କରାଯିବ ବୋଲି ଉଭୟଙ୍କ ମଧ୍ୟରେ କଥା ଛିଣ୍ଡିଥିଲା। ଏ ନେଇ ଠିକାଦାର ଜଣକ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ସୁଶ୍ରୀ ସିଂହ ତାଙ୍କ କାର୍ଯ୍ୟାଳୟରେ ଠିକାଦାରଙ୍କଠାରୁ ରାସାୟନିକ ପ୍ରଲେପ ବୋଳା ଟଙ୍କା ଗ୍ରହଣ କରିବା ସମୟରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe