ଏସ୍‌ସିବିରେ ଡିଏମ୍‌ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରୁଛନ୍ତି ସହକାରୀ ‌ପ୍ରଫେସର! ଅଧ୍ୟକ୍ଷଙ୍କ ନିର୍ଦ୍ଦେଶରେ ତଦନ୍ତ କମିଟି ଗଠିତ

ଡିଏମ୍‌ (ଡକ୍ଟରେଟ୍‌ ଇନ୍‌ ମେଡିସିନ୍‌) ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ, ରାଉଣ୍ଡ ସମୟରେ ରୋଗୀଙ୍କ ସମ୍ମୁଖରେ ଅପଦସ୍ଥ କରିବା, ଏପରିକି ମାଡ଼ ମାରିବା ଓ ଫାଇଲ୍‌‌ ଫୋପାଡ଼ିବା ଭଳି ଅଭିଯୋଗ ହୋଇଛି....

Woman inmate runs away from SCB Medical Center after kicking jail guard

Woman inmate runs away from SCB Medical Center after kicking jail guard

କଟକ: ଡିଏମ୍‌ (ଡକ୍ଟରେଟ୍‌ ଇନ୍‌ ମେଡିସିନ୍‌) ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ, ରାଉଣ୍ଡ ସମୟରେ ରୋଗୀଙ୍କ ସମ୍ମୁଖରେ ଅପଦସ୍ଥ କରିବା, ଏପରିକି ମାଡ଼ ମାରିବା ଓ ଫାଇଲ୍‌‌ ଫୋପାଡ଼ିବା ଭଳି ଅଭିଯୋଗ ହୋଇଛି ଏସ୍‌ସିବି ନେଫ୍ରୋଲୋଜି ବିଭାଗର ଜଣେ ବରିଷ୍ଠ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ବିରୋଧରେ। ଡିଏମ୍‌ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଏଭଳି ଆଚରଣ ପ୍ରଦର୍ଶନ କରୁଥିବା ସଂପର୍କରେ ବହୁଦିନ ହେଲା ଅସନ୍ତୋଷ ‌ଲାଗି ରହିଥିବାବେଳେ ଆଜି ଏହା ଜଟିଳ ରୂପ ନେଇଛି। ଏ ସଂପର୍କରେ ଛାତ୍ରଛାତ୍ରୀ ଏସ୍‌ସିବି ମେଡିକାଲ କଲେଜର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଲୁସି ଦାସଙ୍କ ନିକଟରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ପାଇଁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଥିବା ଜଣାପଡ଼ିଛି। ଏଥିସହ ଏ ସଂପର୍କରେ ଡିଏମ୍‌ଇଟି ଓ  ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ନିକଟରେ ମଧ୍ୟ ଡିଏମ୍‌ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ତଦନ୍ତ ଆଧାରରେ ଏ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦିଆଯାଇଛି। 

ଏସ୍‌ସିବି ଅଧ୍ୟକ୍ଷ ଡାକ୍ତର ଦାସ ଏଭଳି ଅଭିଯୋଗକୁ ସ୍ବୀକାର କରିଛନ୍ତି। କିନ୍ତୁ ଏହା ଘର କଥା। ଆମେ ତଦନ୍ତ ପାଇଁ କମିଟିକୁ ଦାୟିତ୍ବ ଦେଇଛୁ ବୋଲି ସେ କହିଛନ୍ତି। ତଦନ୍ତ କମିଟି ରିପୋର୍ଟ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ମଧ୍ୟ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ନେଫ୍ରୋଲୋଜି ବିଭାଗରେ ଏବେ ୧୧ ଜଣ ଡିଏମ୍‌ ଛାତ୍ରଛାତ୍ରୀ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe