ଜମି ପ୍ରଦାନ ପ୍ରତିଶ୍ରୁତି , ଅନଶନ ଭାଙ୍ଗିଲେ ହୀରାକୁଦ ବିସ୍ଥାପିତ

ଜମି ପ୍ରଦାନ ପ୍ରତିଶ୍ରୁତି , ଅନଶନ ଭାଙ୍ଗିଲେ ହୀରାକୁଦ ବିସ୍ଥାପିତ

Hindustan Times

ଲଖନପୁର: ଜମି ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଲଖନପୁର ତହସିଲ୍‌ ଅଫିସ୍‌ ଆଗରେ ଚାଲିଥିବା ହୀରାକୁଦ ବିସ୍ଥାପିତମାନଙ୍କ ଅନଶନ ପ୍ରତ୍ୟାହୃତ ହୋଇଛି।

ସୂଚନାଯୋଗ୍ୟ, ଲଖନପୁର ବ୍ଲକ୍‌ କୁରେମାଲ ଗାଁର ହୀରାକୁଦ ବିସ୍ଥାପିତ ପରିବାରର ୬ ଜଣ ସାବାଳକଙ୍କୁ ୧୦ ଡିସିମିଲ ଲେଖାଏଁ ଘରଡିହ ଜମି ଦେବା ଦାବିରେ ପରିବାର ମୁଖ୍ୟ ରାଧାକାନ୍ତ ସାହୁଙ୍କ ସମେତ ଲଳିତା ସାହୁ, ଅଶ୍ୱିନୀ ସାହୁ, ରେବତୀ ସାହୁ, ଅଜୟ ସାହୁ, ଲିପ୍ସିତା ସାହୁ, ଅମୃତା ସାହୁ, ଅକ୍ଷୟ ସାହୁ, ରାଜକୁମାରୀ ସାହୁ, ବିବେକ ସାହୁ ଓ ଦୃଷ୍ଟିମୟୀ ସାହୁ ସୋମବାର ଅପରାହ୍‌ଣରୁ ଅନଶନରେ ବସିଥିଲେ। ଲଖନପୁର ବିଡିଓ ଜୟନ୍ତ ସାହୁ ସେଠାରେ ପହଞ୍ଚି ଉପରୋକ୍ତ ପ୍ରତିଶ୍ରୁତି ଦେବା ପରେ ବିଳମ୍ବିତ ରାତିରେ ସେମାନେ ଅନଶନ ଭାଙ୍ଗି ଘରକୁ ଫେରିଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe