ଚିଟଫଣ୍ଡ୍‌ ସଂସ୍ଥା ଆସ୍ଥା ଇଣ୍ଟରନ୍ୟାସନାଲ୍‌ କେଳେଙ୍କାରୀ : ଶୁଭ୍ରାଂଶୁଙ୍କ ସାନ ଭାଇକୁ ସିବିଆଇ ନୋଟିସ୍‌, ଜେଲ୍‌ରେ ଆସ୍ଥା ନିର୍ଦେଶକଙ୍କୁ ଆକ୍ରମଣ

Advertisment
ଚିଟଫଣ୍ଡ୍‌ ସଂସ୍ଥା ଆସ୍ଥା ଇଣ୍ଟରନ୍ୟାସନାଲ୍‌ କେଳେଙ୍କାରୀ : ଶୁଭ୍ରାଂଶୁଙ୍କ ସାନ ଭାଇକୁ ସିବିଆଇ ନୋଟିସ୍‌, ଜେଲ୍‌ରେ ଆସ୍ଥା ନିର୍ଦେଶକଙ୍କୁ ଆକ୍ରମଣ

ଭୁବନେଶ୍ୱର : ଚିଟ୍‌ଫଣ୍ଡ୍‌ ସଂସ୍ଥା ଆସ୍ଥା ଇଣ୍ଟର ନ୍ୟାସନାଲ ଠକେଇ ଘଟଣାରେ ସଂସ୍ଥା ମୁଖ୍ୟ ଶୁଭ୍ରାଂଶୁ ଲେଙ୍କାଙ୍କ ଭାଇକୁ ସିବିଆଇ ନୋଟିସ୍‌ କରିଛି। ଖୁବ୍‌ଶୀଘ୍ର ସେ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇ ନିଜ ପକ୍ଷ ରଖିବେ। ଅନ୍ୟପକ୍ଷରେ ଏହି ଚିଟଫଣ୍ଡ ଠକେଇ ମାମଲାରେ ଦୋଷ ସ୍ୱୀକାର କରି ଝାରପଡ଼ା ଜେଲ୍‌ରେ ସଜ୍ଜା କାଟୁଥିବା ସଂସ୍ଥା ନିର୍ଦେଶକ ଚନ୍ଦ୍ରସିଂହ ଶିବାଜୀ ଚୌହ୍ଵାନଙ୍କୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଛନ୍ତି। ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ତାଙ୍କୁ ଜେଲ୍‌ ପରିସରରେ ଥିବା ହସ୍ପିଟାଲରେ ଚିକିତ୍ସା କରାଯାଉଛି।

ଆସ୍ଥା ଚିଟ୍‌ଫଣ୍ଡ ଠକେଇ ମାମଲାରେ ଦୁଇ ଦିନ ତଳେ ସିବିଆଇ ପିଲାସ୍କି ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କୁ ଜେରା କରିଥିଲା। ପିଲାସ୍କି କଟକର ଜଣେ ବିଧାୟକଙ୍କ ପ୍ରମୁଖ ସହଯୋଗୀ ବୋଲି ଜଣାଶୁଣା। ଆସ୍ଥା ଚିଟଫଣ୍ଡ୍‌ ମୁଖ୍ୟ ଶୁଭ୍ରାଂଶୁ ଲେଙ୍କାଙ୍କ ଦାମୀ ମରସିଡିଜ୍‌ କାର ସେ କିଣିଥିଲେ। କାହିଁକି ସେ ଶୁଭ୍ରାଂଶୁଙ୍କ ଏହି ଦାମୀ କାରକୁ ଏତେ ଶସ୍ତାରେ କିଣିଥିଲେ। କେଉଁ ପରିସ୍ଥିତିରେ ଏତେ ଶସ୍ତାରେ ଏହି କାର ବିକ୍ରି ହୋଇଥିଲା ଏନେଇ ସିବିଆଇ ତାଙ୍କୁ ପଚରା ଉଚରା କରିଥିଲା।

ଚନ୍ଦ୍ରସିଂହ ଶିବାଜୀ ଚୌହ୍ଵାନଙ୍କୁ ଜେଲ୍‌ରେ କେତେକ ଓ୍ଵାର୍ଡର ଆକ୍ରମଣ କରିଥିବା ତାଙ୍କ ଆଇନଜୀବୀ କହୁଥିବା ବେଳେ ଘଟଣାକୁ ଝାରପଡ଼ା ଜେଲ୍‌ କର୍ତୃପକ୍ଷ ଓ ଲକ୍ଷ୍ମୀସାଗର ଥାନା ପୁଲିସ ଖଣ୍ଡନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe