Advertisment

ଅସ୍ମିତା ହେଉଛି ସଭ୍ୟତାକୁ ପ୍ରବାହିତ କରିବାର ଅବଧାରଣା: ଧର୍ମେନ୍ଦ୍ର

Advertisment

ଓଡ଼ିଆ ଅସ୍ମିତା ଏକ ରାଜନୈତିକ ପ୍ରସଙ୍ଗ ନୁହେଁ, ବରଂ ଏକ ସାଂସ୍କୃତିକ, ଅର୍ଥନୈତିକ ଆକାଂକ୍ଷା। ଗୋଟିଏ ସଭ୍ୟତାକୁ ପ୍ରତିଫଳିତ ଓ ପ୍ରବାହିତ କରିବା ତଥା ଭବିଷ୍ୟତକୁ ସୁରକ୍ଷିତ କରିବାର ଏକ ଅବଧାରଣା।

ଓଡ଼ିଆ ଅସ୍ମିତା ଏକ ରାଜନୈତିକ ପ୍ରସଙ୍ଗ ନୁହେଁ, ବରଂ ଏକ ସାଂସ୍କୃତିକ, ଅର୍ଥନୈତିକ ଆକାଂକ୍ଷା। ଗୋଟିଏ ସଭ୍ୟତାକୁ ପ୍ରତିଫଳିତ ଓ ପ୍ରବାହିତ କରିବା ତଥା ଭବିଷ୍ୟତକୁ ସୁରକ୍ଷିତ କରିବାର ଏକ ଅବଧାରଣା।

dfdgdgcvcv

ଭୁବନେଶ୍ବର: ଓଡ଼ିଆ ଅସ୍ମିତା ଏକ ରାଜନୈତିକ ପ୍ରସଙ୍ଗ ନୁହେଁ, ବରଂ ଏକ ସାଂସ୍କୃତିକ, ଅର୍ଥନୈତିକ ଆକାଂକ୍ଷା। ଗୋଟିଏ ସଭ୍ୟତାକୁ ପ୍ରତିଫଳିତ ଓ ପ୍ରବାହିତ କରିବା ତଥା ଭବିଷ୍ୟତକୁ ସୁରକ୍ଷିତ କରିବାର ଏକ ଅବଧାରଣା। ଗଣତନ୍ତ୍ରରେ ସମସ୍ତଙ୍କର ନିଜର ଦୃଷ୍ଟିକୋଣ ଓ ଆଭିମୁଖ୍ୟ ଅଛି, ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ। ତେବେ ବିଜେପି ଏକ ଆକସ୍ମିକ ଦଳ ନୁହେଁ। ନିରନ୍ତର ପ୍ରଚେଷ୍ଟା, ତ୍ୟାଗ ଓ ପରିଶ୍ରମ ବଳରେ ଏହି ଦଳ ଓଡ଼ିଶାବାସୀଙ୍କ ଆସ୍ଥାଭାଜନ ହୋଇପାରିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। 

ଇଂରାଜୀ ପୁସ୍ତକ ‘ଭଏସେସ୍‌ ଏଣ୍ଡ୍‌ ଭୋଟ୍‌ସ: ଓଡ଼ିଶାସ୍‌ ଇଲେ‌କ୍ଟ୍ରୋରାଲ୍‌ ରେନେସାଁ ଅଫ୍‌ ୨୦୨୪’ ଉନ୍ମୋଚନ ସଭାରେ ଉଦ୍‌ଘାଟକ ଭାବେ ଯୋଗ ଦେଇ ଶ୍ରୀ ପ୍ରଧାନ ଆହୁରି କହିଥିଲେ, ଇତିହାସ ଓ ବର୍ତ୍ତମାନକୁ ପୁସ୍ତକର ରୂପ ଦେଲେ ଭବିଷ୍ୟତକୁ ଯିବା ସହଜ ହୁଏ। ଓଡ଼ିଶାର ରାଜନୀତିକୁ ଜାଣିବା ପାଇଁ ଆଜି ଏପରି ବିଶ୍ଳେଷଣାତ୍ମକ ପୁସ୍ତକ ଉନ୍ମୋଚନ ସ୍ୱାଗତଯୋଗ୍ୟ। ପ୍ରକାଶନୀ ସଂସ୍ଥା ପେନ୍‌ ଇନ୍‌ ବୁକ୍‌ସ ଦ୍ବାରା ପ୍ରକାଶିତ ‘ଭଏସେସ୍‌ ଏଣ୍ଡ୍‌ ଭୋଟ୍‌ସ: ଓଡ଼ିଶାସ୍‌ ଇଲେକ‌୍‌ଟୋରାଲ୍‌ ରେନେସାଁ ଅଫ୍‌ ୨୦୨୪’କୁ ରଚନା କରିଛନ୍ତି ରେଭେନ୍‌ସା ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ନେତାଜୀ ଅଭିନନ୍ଦନ ଓ ତାଙ୍କର ସହଯୋଗୀ ପ୍ରାଧ୍ୟାପକ ପ୍ରୀତ୍‌ ବୁବ୍‌ନା।  କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ, ଗତ ନିର୍ବାଚନରେ ଓଡ଼ିଶାରେ ଅସ୍ମିତାର ବିଜୟ ହୋଇନଥିଲା; ବରଂ ଅହଙ୍କାରର ପରାଜୟ ହୋଇଥିଲା।

ନିର୍ବାଚନରେ ଅସ୍ମିତାର ବିଜୟ ନୁହେଁ, ଅହଙ୍କାରର ପରାଜୟ ହୋଇଥିଲା: ସୌମ୍ୟରଂଜନ

ଅସ୍ମିତାର ବିଜୟ ପାଇଁ ଶାସକ ଦଳକୁ ବହୁ ପରିଶ୍ରମ ଓ ବିଶ୍ଳେଷଣର ଆବଶ୍ୟକତା ରହିଛି। ରାଜନୈତିକ ବ୍ୟକ୍ତିମାନେ ଆଜି ଏହି ଅଙ୍କ କଷିନେବା ଉଚିତ ଯେ ଆମେ ଏ ମାଟିରୁ ପାଇଛେ କ’ଣ ଓ ଦେଇଛେ କେତେ? ଗତ ନିର୍ବାଚନରେ ଅଧିକ ଭୋଟ୍‌ ପାଇ ସୁଦ୍ଧା ବିଜେଡି ପରାଜିତ ହୋଇଥିଲା। ପୁଣି କମ୍‌ ଭୋଟ୍‌ ପାଇ ବିଜେପି ଅଧିକ ସିଟ୍‌ରେ ବିଜୟ ହୋଇଥିଲା। ଗଣତନ୍ତ୍ରର ଏ ସମୀକରଣ ଓଡ଼ିଶାରେ ଆଞ୍ଚଳିକ ଦଳମାନଙ୍କର ବିକାଶ ଲାଗି ଅନୁକୂଳ ସଙ୍କେତ ଦେଉଛି ବୋଲି ସେ କହିଥିଲେ। ସମାରୋହରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ କହିଥିଲେ, ବିଜେପିର ବିଜୟ ସହ ଓଡ଼ିଶାରେ ଗୋଟିଏ ମଧ୍ୟଯୁଗୀୟ ଶାସନର ଅବସାନ ଘଟିଲା। ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ବରିଷ୍ଠ ଲେଖକ ଓ ସ୍ତମ୍ଭକାର ଅଧ୍ୟାପକ ବିଶ୍ବରଂଜନ। ପ୍ରାରମ୍ଭରେ ପ୍ରକାଶକ ଶୁଭ୍ରାଂଶୁ ପଣ୍ଡା ସ୍ବାଗତ ଭାଷଣ ଦେଇଥିବା ବେଳେ ପ୍ରୀତ୍‌ ବୁବ୍‌ନା ଧନ୍ୟବାଦ ଅର୍ପଣ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ମଧୁସ୍ମିତା ରାଉତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe