ବିଧାନସଭା ବାହାରେ ବିଚିତ୍ର ଦୃଶ୍ୟ: ନବୀନ ନିବାସ ଅଭିମୁଖେ ବିଜେପି ବିଧାୟକ, ଶଙ୍ଖ ଧରି ସ୍ୱାଗତ କରିବାକୁ ପ୍ରସ୍ତୁତ ବିଜେଡି ବିଧାୟକ

Advertisment
ବିଧାନସଭା ବାହାରେ ବିଚିତ୍ର ଦୃଶ୍ୟ: ନବୀନ ନିବାସ ଅଭିମୁଖେ ବିଜେପି ବିଧାୟକ, ଶଙ୍ଖ ଧରି ସ୍ୱାଗତ କରିବାକୁ ପ୍ରସ୍ତୁତ ବିଜେଡି ବିଧାୟକ

ଭୁବନେଶ୍ବର:ବିଧାନସଭାର ଅଚଳାବସ୍ଥାକୁ ନେଇ ତେଜିଛି ରାଜନୀତି। ଷଷ୍ଠ ଦିନ ବିଧାନସଭା ବାରମ୍ବାର ମୁଲତବୀ ପରେ ନବୀନ ନିବାସ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ବିଜେପି ଟିମ୍। ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନବୀନ ନିବାସ ଯାତ୍ରା କରିଥିବା ବେଳେ ବିଜେଡି ମଧ୍ୟ ତତ୍ପର ହୋଇ ଉଠିଛି। ବିଜେପି ଟିମକୁ ସ୍ୱାଗତ କରିବାକୁ ବିଜେଡି ବିଧାୟକ ମାନେ ନବୀନ ନିବାସରେ ପହଞ୍ଚିଛନ୍ତି। ଏପରିକି କିଛି ବିଧାୟକ ବିଜେପି ଟିମ ସାଥୀରେ ଆସୁଛନ୍ତି। ବିଜେଡିର ବରିଷ୍ଠ ବିଧାୟକ, ଦଳର ମହିଳା ଶାଖା ଶଙ୍ଖ ଓ ଫୁଲ ଧରି ବିଜେପି ବିଧାୟକଙ୍କୁ ସ୍ୱାଗତ କରିବାକୁ ନବୀନ ନିବାସ ସାମ୍ନାରେ ଏକାଠି ହୋଇଛନ୍ତି।
ନବୀନ ନିବାସକୁ ଯାତ୍ରା କରିବା ସହ ବିଜେପି କହିଛି ଯେ, ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମକୁ ନବୀନ ଯାଉଛନ୍ତି, କିନ୍ତୁ ବିଧାନସଭାକୁ କାହିଁକି ମୁଖ୍ୟମନ୍ତ୍ରୀ ଆସୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ବିବୃତି ରଖନ୍ତୁ ବୋଲି ଦାବି କରିଛି ବିଜେପି। ନବୀନଙ୍କୁ ଆମେ ଖୋଜି ଖୋଜି ଯାଉଛୁ ବୋଲି କହିଛନ୍ତି ବିଜେପି ବିଧାୟକ ।
ଏହାର ଜବାବ ରଖିଛି ବିଜେଡି। ବରିଷ୍ଠ ବିଧାୟକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ। ତାପରେ ବିଧାନସଭା କିଭଳି ସ୍ୱାଭାବିକ ଭାବେ ଚାଲିବ ସେନେଇ ଆଲୋଚନା ହେବ।
ଏସବୁ ଭିତରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି, ପ୍ରଥମେ ଚାଷୀଙ୍କ ଧାନ ଉଠୁ ତାପରେ ମୁଁ କ୍ଷମା ମାଗିବା ପାଇଁ ପ୍ରସ୍ତୁତ। ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ଆସି ଗୃହରେ ବିବୃତି ରଖନ୍ତୁ ବୋଲି କହିଛନ୍ତି ସୁବାସ। ସେହିଭଳି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ବିଜେପି ବିଧାୟକ ଯେଉଁ ପାପ କରିଛନ୍ତି ସେମାନେ ନବୀନ ନିବାସ ଆସିଲେ ସେହି ପାପ ଧୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe