ଭୁବନେଶ୍ବର : ବିଶିଷ୍ଟ ସମବାୟବିତ୍ ଆଶୁତୋଷ ସ୍ବାଇଁଙ୍କର ଗୁରୁବାର ରାତି ପ୍ରାୟ ୩ଟା ସମୟରେ କଟକ କାଜିବଜାରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ସମୟରେ ପତ୍ନୀ ସରୋଜିନୀଙ୍କ ସହିତ ୩ ପୁଅ ଓ ବୋହୂ ଉପସ୍ଥିତ ଥିଲେ। କଟକ ଉପକଣ୍ଠ ତିନିଘରିଆଠାରେ ଜନ୍ମିତ ସ୍ବର୍ଗତ ସ୍ବାଇଁ କଲେଜ ଜୀବନରୁ ପାଠ ଛାଡ଼ି କଂଗ୍ରେସରେ ଯୋଗଦାନ କରିଥିଲେ। ପ୍ରଥମେ କଂଗ୍ରେସ ସେବାଦଳ ଓ ପରେ ସଂଗଠନ ସଂପାଦକ ଭାବେ ଦାୟିତ୍ବ ତୁଲାଇଥିଲେ। ସେହିପରି ରାଜ୍ୟର ପ୍ରମୁଖ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଭାବେ ଦାୟିତ୍ବ ସମ୍ଭାଳିଥିଲେ। ଜଣେ ବିଶିଷ୍ଟ ସେବା ସମବାୟବିତ୍ ହିସାବରେ ତାଙ୍କର ପରିଚୟ ରହିଥିଲା। ତେବେ ୨୦୦୦ ମସିହାରୁ ସେ କର୍କଟରେ ପୀଡ଼ିତ ଥିଲେ। ଶେଷ ବେଳକୁ ସ୍ବର୍ଗତ ସ୍ବାଇଁ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ମାତ୍ର ଦୁର୍ବଳ ସ୍ବାସ୍ଥ୍ୟ ଓ ବୟସ ତାଙ୍କୁ ପୂର୍ବପରି କାମ କରିବାର ସୁଯୋଗ ଦେଇ ନଥିଲା। ତାଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ବହୁ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us