ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ଲାଗି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ସେ ତୃତୀୟ ପ୍ରାର୍ଥୀ ଭାବେ ରାଜ୍ୟରୁ ନିର୍ବାଚନ ଲଢ଼ିବେ। ବିଜେପିର କେନ୍ଦ୍ରୀୟ କମିଟି ତାଙ୍କ ନାମ ଘୋଷଣା କରିଛି। କେନ୍ଦ୍ର ରେଳମନ୍ତ୍ରୀଙ୍କୁ ବିଜେଡି ପୁଣି ଥରେ ସମର୍ଥନ ଦେବ ବୋଲି କୁହାଯାଉଛି। ଯଦିଓ ଏନେଇ ବିଜେଡି ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ।
କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି (ବୁଧବାର) ଓଡିଶା ଗସ୍ତରେ ଆସୁଛନ୍ତି। ଗୁରୁବାର ଦିନ ହିଁ ରାଜ୍ୟସଭା ନାମାଙ୍କନ ଦାଖଲର ଶେଷ ଦିନ ରହିଛି। ଅଶ୍ୱିନୀ ବୈଷ୍ଣବ ଓଡିଶା ଗସ୍ତରେ ଆସିବା ସହିତ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ।
ସୂଚନା ଅନୁସାରେ, ୨୦୧୯ ଫର୍ମୁଲା ଆପଣାଇପାରେ ବିଜେଡି। ୨୦୧୯ ଜୁନ ୨୪ରେ ନାମାଙ୍କନ ଭରିଥିଲେ ଅଶ୍ୱିନୀ ବୈଷ୍ଣବ। ବିଜେପିର ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଦେଇ ରାଜ୍ୟସଭା ପଠାଇଥିଲା ବିଜେଡି। ସଂଖ୍ୟା ଦୃଷ୍ଟିରୁ ବିଜେଡି ୩ଟି ଯାକ ଆସନରେ ବିଜୟୀ ହେବା ଏକ ପ୍ରକାର ନିଶ୍ଚିତ। କିନ୍ତୁ ଅଶ୍ୱିନୀ ବୈଷ୍ଣବଙ୍କ ସମର୍କରେ ବିଜେଡି ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ।
Follow Us