ଲକ୍ଷଣବିହୀନ ଓ ସାମାନ୍ୟ ଲକ୍ଷଣ ଥିବା କୋଭିଡ୍-୧୯ ଆକ୍ରାନ୍ତ ଘରେ ଏକାନ୍ତବାସରେ ରହି ଚିକିତ୍ସିତ ହୋଇପାରିବେ

Advertisment
ଲକ୍ଷଣବିହୀନ ଓ ସାମାନ୍ୟ ଲକ୍ଷଣ ଥିବା କୋଭିଡ୍-୧୯ ଆକ୍ରାନ୍ତ ଘରେ ଏକାନ୍ତବାସରେ ରହି ଚିକିତ୍ସିତ ହୋଇପାରିବେ

ଭୁବନେଶ୍ବର: ଲକ୍ଷଣବିହୀନ ଓ ସାମାନ୍ୟ ଲକ୍ଷଣ ଥିବା କୋଭିଡ୍-୧୯ ଆକ୍ରାନ୍ତମାନେ ଘରେ ଏକାନ୍ତବାସରେ ରହି ଚିକିତ୍ସିତ ହୋଇ  ପାରିବେ ବୋଲି ଆଜି ସ୍ବତନ୍ତ୍ର ରିଲିଫ୍ କମିସନ୍ ଘୋଷଣା କରିଛନ୍ତି। ସେହିପରି ଆଜି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ମଧ୍ୟ ଏହି ସୂଚନା ଦେଇଥିଲେ। ସେ କହିଥିଲେ ଯେ ଲକ୍ଷଣବିହୀନ ଆକ୍ରାନ୍ତ ଘରେ ରହନ୍ତୁ। ସେମାନେ ୯-୧୦ ଦିନ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଯିବେ। ଏଥିସହ ସେ ଭୁବନେଶ୍ବରରେ ୧୦୩ ଜଣ ଘରେ ରହି ଚିକିତ୍ସିତ ‌ହେଉଥିବା କଥା ପ୍ରକାଶ କରିଥିଲେ।

ଆକ୍ରାନ୍ତଙ୍କ ପାଇଁ ଜୁଲାଇ ୧୩ ତାରିଖରେ ଜାରି ହୋଇଥିବା ମାର୍ଗଦର୍ଶିକାରେ ଆଂଶିକ ପରିବର୍ତ୍ତନ କରି ସ୍ବତନ୍ତ୍ର ରିଲିଫ୍ କମିସନ୍ କହିଛନ୍ତି, ଆଦୌ ଲକ୍ଷଣ ଦେଖାଯାଉ ନ ଥିବା, ସାମାନ୍ୟ ଲକ୍ଷଣ ଥିବା ଏବଂ ଅନ୍ୟାନ୍ୟ ଶାରୀରିକ ଅସୁସ୍ଥତା ନ ଥିବା ସମସ୍ତ କରୋନାଭାଇରସ୍ ଆକ୍ରାନ୍ତ ବ୍ୟକ୍ତିଙ୍କୁ ନିଜ ଘରେ ଏକାନ୍ତବାସରେ ରହିବାକୁ ଅନୁମତି ଦିଆଯିବ। ସେମାନେ ଘରେ ରହି ଚିକିତ୍ସିତ ହୋଇପାରିବେ। ରାଜ୍ୟର ନଗରାଞ୍ଚଳ ପୌର ପରିଷଦ୍ ସମେତ ସହରାଞ୍ଚଳ, ଜିଲ୍ଲା, ସବ୍-ଡିଭିଜନ୍, ବ୍ଲକ୍‌ ହେଡ୍‌କ୍ବାର୍ଟସ୍ ଟାଉନ୍‌ ଏବଂ ଗ୍ରାମାଞ୍ଚଳ ଲାଗି ମଧ୍ୟ ଏହି ମାର୍ଗଦର୍ଶିକା ତୁରନ୍ତ ଲାଗୁ କରାଯିବ। କିନ୍ତୁ, ହୋମ୍ ଆଇସୋଲେସନ୍ ବା ଗୃହ ଏକାନ୍ତବାସ ଚାହୁଁଥିବା ବ୍ୟକ୍ତିବିଶେଷଙ୍କ ଘରେ ଏହା ପୂର୍ବରୁ ଜାରି ହୋଇଥିବା ମାର୍ଗଦର୍ଶିକାରେ ଥିବା ସମସ୍ତ ସୁବିଧା ଥିବା ଆବଶ୍ୟକ। ଅର୍ଥାତ୍ ସେ ସରକାରଙ୍କର ସମସ୍ତ ସର୍ତ୍ତାବଳୀ ପୂରଣ କରିବା ଉଚିତ।

ଗ୍ରାମ ପଞ୍ଚାୟତର ସରପଞ୍ଚ କିଂବା ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଦ୍ବାରା ନିଯୁକ୍ତ କୌଣସି ଅଧିକାରୀ ଏହି ବ୍ୟବସ୍ଥାର ନୋଡାଲ୍ ଅଫିସର୍ ଭାବେ କାର୍ଯ୍ୟ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe