୨୨ ବେଳକୁ ଆଉ ଏକ ଲଘୁଚାପ

ପରବର୍ତ୍ତୀ ୪୮ ଘଣ୍ଟାରେ ତାହା ପାରାଦୀପ ପାଖାପାଖି ଓଡ଼ିଶା ଉପକୂଳରେ ପହଞ୍ଚିବ ଏବଂ ଏହା ପରବର୍ତ୍ତୀ ୧୨ରୁ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ନିକଟ ଦେଇ ଛତିଶଗଡ଼ ଓ ମଧ୍ୟପ୍ରଦେଶ ଆଡ଼କୁ ମୁହାଁଇବ।

Heavy rain in the state tomorrow!

ଭୁବନେଶ୍ବର: ଆସନ୍ତା ୨୨ ଓ ୨୩ ତାରିଖ ବେଳକୁ ଉତ୍ତର ପୂର୍ବ ବଙ୍ଗୋପସାଗର ତଥା ମିଆଁମାର ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟାରେ ତାହା ପାରାଦୀପ ପାଖାପାଖି ଓଡ଼ିଶା ଉପକୂଳରେ ପହଞ୍ଚିବ ଏବଂ ଏହା ପରବର୍ତ୍ତୀ ୧୨ରୁ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ନିକଟ ଦେଇ ଛତିଶଗଡ଼ ଓ ମଧ୍ୟପ୍ରଦେଶ ଆଡ଼କୁ ମୁହାଁଇବ। ଯଦି ଏହି ଲଘୁଚାପଟି ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ ତାହା ହେଲେ ସମୁଦ୍ରରେ ଅଧିକା ୨୪ ଘଣ୍ଟା ରହିପାରେ।

ପ୍ରଭାବରେ ୨୩ ତାରିଖଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇ ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ। ପ୍ରାଥମିକ ଆକଳନରୁ ଜଣାପଡ଼ୁଛି ଯେ ଏହାଦ୍ବାରା ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ଅବପାତ ନ ହେଲେ ବର୍ଷା ପରିମାଣ କମ୍‌ ରହିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରଭାବ ନାହିଁ। ନ ହେଲେ ପାଗ ମୁଖ୍ୟତଃ ଶୁଖିଲା ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe