ରାଜ୍ୟରେ ପ୍ରଥମ କାଡାଭାରିକ କିଡନୀ ପ୍ରତିରୋପଣ କରି ସଫଳ ହୋଇଥିବା ଡାକ୍ତରୀଦଳଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ପ୍ରଥମ କାଡାଭାରିକ କିଡନୀ ପ୍ରତିରୋପଣ କରି ସଫଳ ହୋଇଥିବା ଡାକ୍ତରୀଦଳଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନ ରାଜନଗର ସାହିର ବାସିନ୍ଦା ପ୍ରିୟଙ୍କା ରାଣୀ ରାଜୁଙ୍କର  ଗତ ଫ୍ରେବୁଆରି ୪ ତାରିଖରେ ଦୁର୍ଘଟଣାରେ ମସ୍ତିଷ୍କ ମୃତ୍ୟୁ ଘଟିଥିଲା। ଏହାପରେ ତାଙ୍କ କିଡନୀ ଓ ଚକ୍ଷୁ ବାହାର କରି କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଦୁଇଜଣ ରୋଗୀଙ୍କ ଶରୀରରେ ସଫଳତାର ସହ ପ୍ରତିରୋପଣ କରାଯାଇଥିଲା। ତେବେ ଏହି କାଡାଭାରିକ ପ୍ରତିରୋପଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କଟକ ଏସ୍‌ସିବି ମେଡିକାଲ କଲେଜର ଡାକ୍ତରୀଦଳ ଏବଂ ଭୁବନେଶ୍ବର ଆପୋଲୋ ହସ୍‌ପିଟାଲ୍‌ ଡାକ୍ତରୀଦଳଙ୍କୁ ଭେଟି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ସଫଳତା ପାଇଁ ଧନ୍ୟବାଦ ଜଣାଇଛନ୍ତି।

ଏସ୍‌ସିବିର ଡା.ଦତ୍ତେଶ୍ବର ହୋତା ଓ ଡା.ଚିତ୍ତରଞ୍ଜନ କର ଓ ଆପୋଲା ହସ୍‌ପିଟାଲ୍‌ର ଡା.ଶର୍ମିଳା ସିହ୍ନାଙ୍କ ପ୍ରୟାସକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛିନ୍ତି। ଏଥିସହିତ ଡା. କର ଏଥିଲାଗି  ସହାୟତା ଓ ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

publive-image

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଡାକ୍ତରମାନଙ୍କର ଦକ୍ଷତାର ଉଚ୍ଚ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଅଙ୍ଗ ପ୍ରତିରୋପଣ ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବା ବୋଲି କହିଛନ୍ତି । ପ୍ରିୟଙ୍କାଙ୍କ ପରିବାରର ଏଭଳି ଉତ୍ସର୍ଗୀକୃତ ମନୋଭାବ ପାଇଁ ମଧ୍ୟ  ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।

କିଡନୀ ପ୍ରତିରୋପଣ ହୋଇଥିବା ଦୁଇଜଣ ରୋଗୀ ସୁସ୍ଥ ଅଛନ୍ତି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। କଟକ ଏସିସିବି ମେଡିକାଲ କଲେଜର ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ ଓ ୟୁରୋଲୋଜି ବିଭାଗର ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା, ପ୍ରଫେସର ଜୟଶ୍ରୀ ମହାନ୍ତି, ପ୍ରଫେସର ସରୋଜକାନ୍ତ ସାହୁ, ଡାକ୍ତର ସବ୍ୟସାଚୀ ପଣ୍ଡା, ସଞ୍ଜୟ ଚୌଧୁରୀ, କଲ୍ୟାଣୀବାଳା ନାୟକ, ରୁଦ୍ରାଶିଷ ସାମଲ, ଅନିନ୍ଦିତା ସାବତ, ସୁମନ ସିଂ, ରମାକାନ୍ତ ପଣ୍ଡା, ସାବିତ୍ରୀ ଦାସ ଓ ଏଲ୍‌.ଏନ୍‌ ବେହେରା ଏବଂ ଆପୋଲ ହସ୍‌ପିଟାଲର ମିଃ ସୁଧୀର ଦିଗିକର, ସମୀରୋନ୍ଦାସ ଅଧିକାରୀ, ଶର୍ମିଲି ସିହ୍ନା, ବିବେକାନନ୍ଦ ପଣ୍ଡା, ଦେବବ୍ରତ ଦାଶ, ସୁବ୍ରତ ସାହୁ, ନିତିଶ ମହାନ୍ତି ଏବଂ ଅଶୋକ ନାୟକ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନ ରାଜନଗର ସାହିର ବାସିନ୍ଦା ପ୍ରିୟଙ୍କା ରାଣୀ ରାଜୁଙ୍କ ଦୁର୍ଘଟଣାରେ ମସ୍ତିଷ୍କ ମୃତ୍ୟୁ ହେବା ପରେ ତାଙ୍କ ଚକ୍ଷୁ ଓ କିଡନୀ ଅନ୍ୟ ଜଣଙ୍କ ଶରୀରରେ ପ୍ରତିରୋପଣ ପାଇଁ ପରିବାରବର୍ଗଙ୍କ ସ୍ୱୀକୃତି କ୍ରମେ ଆପୋଲୋ ହସ୍ପିଟାଲ ନିର୍ଦ୍ଦେଶକ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଇଥିଲେ। ବିଳମ୍ବିତ ରାତିରେ କଟକ ବଡ଼ ଡାକ୍ତରଖାନାର ଏକ ଡାକ୍ତରୀ ଟିମ୍‌ ଆପୋଲୋ ଡାକ୍ତରଖାନାରେ ପହଞ୍ଚି ପ୍ରିୟଙ୍କାଙ୍କ ଶରୀରରୁ କିଡରି ଓ ଚକ୍ଷୁ ବାହାର କରି କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଦୁଇଜଣ ରୋଗୀଙ୍କ ଶରୀରରେ ସଫଳତାର ସହ ପ୍ରତିରୋପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe