କେନ୍ଦୁଝର : ବିଭିନ୍ନ କ୍ଷେତ୍ରରେ ସରପଞ୍ଚମାନଙ୍କୁ ଅଣଦେଖା କରାଯାଉଥିବାରୁ ସୋମବାର ଦିନ କେନ୍ଦୁଝର ଜିଲ୍ଲାର ଶତାଧିକ ସରପଞ୍ଚ ଜିଳ୍ଲାପାଳ ଆଶିଷ ଠାକ୍ରେଙ୍କୁ ଭେଟି ସେମାନଙ୍କର ଅଭିଯୋଗ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଥିବା ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ବ୍ୟାପକ ଅର୍ଥ ଖର୍ଚ୍ଚ ହେବ। ଏହି ଯୋଜନାରେ ପ୍ରତ୍ୟେକ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ସେହିପରି ପଞ୍ଚାୟତ ସମିତି ପକ୍ଷରୁ ମନରେଗା, ଓମ୍ବାଡ୍ସି, ବିଧାୟକ ପାଣ୍ଠି, ସାଂସଦ ପାଣ୍ଠି ଅନୁଦାନରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ହେଉଛି। ଏ ସମସ୍ତ ଯୋଜାନର ତଦାରଖ ଦାୟିତ୍ବ ପଞ୍ଚାୟତକୁ ହସ୍ତାନ୍ତର କରିବାକୁ ସରପଞ୍ଚମାନେ ଦାବି କରିଛନ୍ତି।
  
 Follow Us