ଅତାବିରା ଏନ୍‌ଏସି ନିର୍ବାଚନ-୨୦୨୩

Advertisment
ଭୋଟରଙ୍କ ମନ ‘ପରିବର୍ତ୍ତନ’ ଚିନ୍ତା ଘାରିଲାଣି

The New Indian Express

ଅତାବିରା: ଅତାବିରା ଏନଏସି ନିର୍ବାଚନ ପାଇଁ ଶୁକ୍ରବାର ଥିଲା ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଯାଞ୍ଚ ଦିବସ। ତେବେ ୱାର୍ଡ ନଂ-୫ ଭୋଇପୁରା ଆସନର ବିଜେଡି ପ୍ରାର୍ଥୀ ରାଜୀବ କହରାଙ୍କ ଜାତି ପ୍ରମାଣପତ୍ରକୁ ନେଇ ପ୍ରଶ୍ନ ଉଠିଛି। ଉକ୍ତ ଆସନ ଅନୁସୂଚିତ ଜାତିର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିବାବେଳେ ରାଜୀବ ଅନୁସୂଚିତ ଜାତିର ହୋଇ ନ ଥିବା ଦର୍ଶାଇ ତାଙ୍କ ପ୍ରାର୍ଥିପତ୍ର ନାକଚ କରିବାକୁ ଦାବି କରିଛନ୍ତି କଂଗ୍ରେସ ଓ ବିଜେପି। ଏଥିସହ ରାଜୀବ ମିଥ୍ୟା ସତ୍ୟପାଠ ଦେଇଥିବାରୁ ଥାନାରେ ମାମଲା ରୁଜୁ କରିବାକୁ ଉଭୟ କଂଗ୍ରେସ ଓ ବିଜେପି ନିର୍ବାଚନ ଅଧିକାରୀ ଦାୟିତ୍ବରେ ଥିବା ଉପଜିଲ୍ଲାପାଳ ଲଲାଟ କୁମାର ଲୁହାଙ୍କଠାରେ ଅଭିଯୋଗ କରିଛନ୍ତି। ତେବେ ଶନିବାର ପୂର୍ବାହ୍ନ ୧୧ଟା ସୁଦ୍ଧା ଚୂଡ଼ାନ୍ତ ତାଲିକା ପ୍ରକାଶର ସମୟ ଥିବାରୁ କାଏମ ରହିଥିବା ପ୍ରାର୍ଥିପତ୍ର ତାଲିକା ପ୍ରକାଶ ପାଇବ ବୋଲି ସ୍ପଷ୍ଟ କରିଥିଲେ ନିର୍ବାଚନ ଅଧିକାରୀ।

ତେବେ ରାଜୀବ କହରା ମିଥ୍ୟା ଜାତି ପ୍ରମାଣପତ୍ର ଦେଇଥିବାରୁ ତାଙ୍କ ବିରୋଧରେ ଉଭୟ କଂଗ୍ରେସ ଓ ବିଜେପି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, ନିକଟରେ ରାଜୀବ କହରା ଜାତି ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ତେବେ ସେ ଗିଙ୍ଗରା ଜାତିର ଏବଂ ତାହା ଅନୁସୂଚିତ ଜାତି ତାଲିକାରେ ନ ଥିବା ଦର୍ଶାଇ ଅତାବିରା ତହସିଲଦାର ତାଙ୍କ ଆବେଦନକୁ ଖାରଜ କରିଥିଲେ। ପ୍ରକାଶ ଯେ, ୱାର୍ଡ ନଂ. ୫ ଆସନଟି ଅନୁସୂଚିତ ଜାତି ବର୍ଗପାଇଁ ସଂରକ୍ଷିତ ଅଛି। ଏହି ଆସନରେ ବିଜେଡିର ରାଜୀବ କହରା, କଂଗ୍ରେସର ଅକ୍ଷୟ କୁମ୍ଭାର ଏବଂ ବିଜେପିର ଶକ୍ତିଦେବ ସାହୁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସୂଚନାଯୋଗ୍ୟ ଯେ, ରାଜୀବ କହରା ତାଙ୍କର ପୁରୁଣା ଜାତି ପ୍ରମାଣପତ୍ର ଦେଇ ନାମାଙ୍କନ ପତ୍ର ଦାଖଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe