ସରିଲା ଅତାବିରା, ହିନ୍ଦୋଳ ଏନ୍ଏସି ନିର୍ବାଚନ, ୫ରେ ଭୋଟ୍‌ ଗଣତି

Advertisment
ସରିଲା ଅତାବିରା, ହିନ୍ଦୋଳ ଏନ୍ଏସି ନିର୍ବାଚନ, ୫ରେ ଭୋଟ୍‌ ଗଣତି

ଭୁବନେଶ୍ବର : ବରଗଡ଼ ଜିଲ୍ଲାର ଅତାବିରା ଓ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ୍‌ଏସିରେ ସୋମବାର ଦିନ ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି। ଦୁଇଟି ଏନ୍‌ଏସିର ମୋଟ୍ ୨୮ଟି ୱାର୍ଡରେ ନିର୍ବାଚନ ହୋଇଥିବା ବେଳେ ଆସନ୍ତା ୫ତାରିଖରେ ଭୋଟ୍‌ ଗଣତି ହେବା ସହ ଫଳାଫଳ ଘେ‌ାଷଣା ହେବ।

ସୋମବାର ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଉଭୟ ଏନ୍‌ଏସିରେ ମତଦାନ ହୋଇଥିଲା। ଏଥିରେ ହିନ୍ଦୋଳ ଏନ୍‌ଏସିରେ ୮୮% ମତଦାନ ହୋଇଥିବା ବେଳେ ଅତାବିରାରେ ୭୪% ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନିର୍ବାଚନ ଶେଷ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଇଭିଏମ୍‌ଗୁଡ଼ିକୁ ସୁରକ୍ଷାବଳୟ ମଧ୍ୟରେ ଷ୍ଟ୍ରଙ୍ଗରୁମ୍‌‌ରେ ରଖାଯାଇଛି। ଅତାବିରା ଏନ୍‌ଏସିରେ ୧୨ଟି ୱାର୍ଡର କାଉନସିଲର୍ ପଦବି ପାଇଁ ୩୯ଜଣ ଏବଂ ଅଧ୍ୟକ୍ଷ ପଦ ପାଇଁ ୪ଜଣ ପ୍ରାର୍ଥୀ ନିର୍ବାଚନରେ ଅଂଶଗ୍ରହଣ କରିଥିଲେ। ସେହିପରି ହିନ୍ଦୋଳ ଏନ୍‌ଏସିର ୧୬ଟି ୱାର୍ଡର କାଉନସିଲର୍ ପଦବି ନିମନ୍ତେ ସମୁଦାୟ ୫୦ଜଣ ଓ ଅଧ୍ୟକ୍ଷ ପଦବି ପାଇଁ ୩ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe