ଅତାବିରା ଏନ୍‌ଏସି ନିର୍ବାଚନ: ପ୍ରାର୍ଥୀଙ୍କ ଜାତିଗତ ପ୍ରମାଣପତ୍ର ଉପରେ କଂଗ୍ରେସର ଅଭିଯୋଗ

Advertisment
ଭୋଟରଙ୍କ ମନ ‘ପରିବର୍ତ୍ତନ’ ଚିନ୍ତା ଘାରିଲାଣି

The New Indian Express

ବରଗଡ଼: ଅତାବିରା ଏନ୍‌ଏସି ନିର୍ବାଚନ ପ୍ରକ୍ରିୟାରେ ସରକାରୀ ଦଳ ଗଣତନ୍ତ୍ରର ହତ୍ୟା କଲା ଭଳି ପଦକ୍ଷେପ ନେଉଛି ବୋଲି ହୋଟେଲ ମହାରାଜାଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଅଭିଯୋଗ କରିବା ସହ ଏ ନେଇ ନ୍ୟାୟାଳୟର ଦ୍ବାରସ୍ଥ ହେବ ବୋଲି ସୂଚନା ଦେଇଛି। ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନରେ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଥିବା ୱାର୍ଡ ନମ୍ୱର-୫ରୁ ବିଜେଡି ପ୍ରାର୍ଥୀ ରାଜୀବ କହଁରଙ୍କ ଜାତି ପ୍ରମାଣପତ୍ରକୁ ନେଇ କଂଗ୍ରେସ ଆପତ୍ତି ଉଠାଇଛି। ତଥ୍ୟ ନେଇ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରାଗଲା।

ଥାନାରେ ଲିଖିତ ଅଭିଯୋଗ କରାଗଲା। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ମଧ୍ୟ ଅଭିଯୋଗ ହେଲା। କିନ୍ତୁ ବିନା ଯାଂଚରେ ରାଜୀବ କହଁରଙ୍କ ପ୍ରାର୍ଥିତ୍ବକୁ କାଏମ ରହିଲା। ବିଜେଡି ନିର୍ବାଚନ କମିସନ ଭଳି ନିରପେକ୍ଷ ସଂସ୍ଥାକୁ ପ୍ରଭାବିତ କରି ନିଜ ସ୍ବାର୍ଥ ପାଇଁ ଏସବୁ ଗୋଟିଚାଳନା କରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ଅଭିଯୋଗ କରିଛି ଯେ, ଦୁଇ ଦୁଇ ଜଣ ତହସିଲଦାର ଜଣେ ଲୋକର ଦୁଇ ପ୍ରକାର ଜାତିଗତ ପ୍ରମାଣପତ୍ର ଦେଇଛନ୍ତି। ଜଣେ ତଫସିଲଭୁକ୍ତ ଜାତିର ପ୍ରମାଣପତ୍ର ଦେଇଥିବାବେଳେ ଅନ୍ୟ ଜଣେ ତଫସିଲଭୁକ୍ତ ଜାତିର ନୁହନ୍ତି ବୋଲି କହିଛନ୍ତି। ନିର୍ବାଚନ ଅଧିକାରୀ ରାଜ୍ୟ ସରକାରଙ୍କ ଚାପରେ ପୂର୍ବ ତହସିଲଦାର ଦେଇଥିବା ଜାତି ପ୍ରମାଣପତ୍ରକୁ ଠିକ୍ ଦର୍ଶାଇ ରାଜୀବଙ୍କ ନାମାଙ୍କନ ପତ୍ରକୁ କାଏମ ରଖିବା ଆଶ୍ଚର୍ଯ୍ୟଜନକ ବୋଲି କଂଗ୍ରେସ ଅଭିଯୋଗ କରିଛି। ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ, ବରିଷ୍ଠ ନେତା ପ୍ରଦୀପ ଦେବତା, ନିପନ ଦାଶ, ଯୁଗଳ ପ୍ରସାଦ ସିଂ, ସରୋଜ ଷଡ଼ଙ୍ଗୀ ଓ ହରଦୀପ ସିଂ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe