ସମ୍ବଲପୁର : ରବିବାର ବୁର୍ଲା ବଡ଼ ଡାକ୍ତରଖାନାରୁ ଡିସ୍ଚାର୍ଜ ହୋଇ ଘରକୁ ଫେରିଥିବା ବର୍ଷିଆନ୍ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କୁ ସୋମବାର ପୁଣି ଥରେ ଭିମ୍ସାର୍ ମେଡିସିନ୍ ୱାର୍ଡରେ ଭର୍ତ୍ତି କରାଯାଇଛି। ବୁର୍ଲାସ୍ଥିତ ନିଜ ପୁଅଙ୍କ ଘରକୁ ଯିବାର ୨୪ ଘଣ୍ଟା ମଧ୍ୟରେ ପୁଣିଥରେ ୯୦ ବର୍ଷୀୟ ଶ୍ରୀ ପଣ୍ଡା ଅସୁସ୍ଥ ହୋଇ ପଡ଼ିଥିଲେ। ଫଳରେ ତାଙ୍କୁ ସଂଧ୍ୟାରେ ନେଇ ଭିମସାର୍ ମେଡିସନ୍ ୱାର୍ଡ ୟୁନିଟ୍-୧ର ଏକ କେବିନ୍ରେ ଭର୍ତ୍ତି କରା ଯାଇଥିଲା। ଡାକ୍ତର ମାନେ ଚିକିତ୍ସା ଜାରି ରଖିଥିବା ବେଳେ ଅଗଣିତ ପ୍ରଶଂସକ ଓ ଶୁଭେଚ୍ଛୁ ଶ୍ରୀ ପଣ୍ଡାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ପୁଣି ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଟଳ ବିହାରୀ ପଣ୍ଡା
Advertisment
Follow Us