Advertisment

ମହାକାଳପଡାରୁ ପୁଣି ଜିତିଲେ ଅତନୁ

Advertisment
ମହାକାଳପଡାରୁ ପୁଣି ଜିତିଲେ ଅତନୁ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ଏବଂ ବିଜୁ ଜନତା ଦଳର ଉଦୀୟମାନ ଯୁବନେତା ଅତନୁ ସବ୍ୟସାଚୀ ନାୟକ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବିଧାନସଭା ଆସନରୁ କ୍ରମାଗତ ତୃତୀୟ ଥର ପାଇଁ ବିଜୟୀ ହୋଇଛନ୍ତି।

ଶ୍ରୀ ନାୟକ ପୂର୍ବରୁ ୨୦୦୯ ଓ ୨୦୧୪ ଦୁଇଥର ଯାକ ଏହି ଉପକୂଳବର୍ତ୍ତୀ ନିର୍ବାଚନ ମଣ୍ଡଳୀରୁ ଜିତି ଆସୁଛନ୍ତି। ଏହାପୂର୍ବରୁ ସେ ୨୦୦୪ ମସିହାରେ ପାଟକୁରା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ।

ସାମ୍ବାଦିକରୁ ରାଜନେତା ବନିଥିବା ନାୟକ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପ୍ରତିଦ୍ୱନ୍ଦୀ ରୂପେ ଜଣାଶୁଣା। ସେ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳରେ ଦୁଇ ଦୁଇ ଥର ଶକ୍ତି, ସ୍ୱାସ୍ଥ୍ୟ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ହୋଇଥିଲେ।

ବରିଷ୍ଠ ରାଜନେତା ରାଜ କିଶୋର ନାୟକଙ୍କର ସୁପୁତ୍ର ଅତନୁଙ୍କର ଯୁବ କର୍ମୀ ମହଲରେ ବେଶ୍‌ ଲୋକପ୍ରିୟତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe