ଅତନୁଙ୍କ ମହାକାଳପଡ଼ା ବିକାଶ-୪: ପାଣିରେ ଭାସିଗଲା ପୋଲ ପ୍ରତିଶ୍ରୁତି

Advertisment

ଡଙ୍ଗା ଭରସାରେ ଏବେ ବି ୫୦ ହଜାର ଲୋକେ

ଡଙ୍ଗା ଭରସାରେ ଏବେ ବି ୫୦ ହଜାର ଲୋକେ

ଅତନୁଙ୍କ ମହାକାଳପଡ଼ା ବିକାଶ-୪: ପାଣିରେ ଭାସିଗଲା ପୋଲ ପ୍ରତିଶ୍ରୁତି

କେନ୍ଦ୍ରାପଡ଼ା: ୟେସା କରିଦେବି, ତେସା କରିଦେବି ବୋଲି ଭୋଟରଙ୍କୁ ପ୍ରତିଶ୍ରୁତି ଦେଇ ନିର୍ବାଚନ ଲଢ଼ିଥିଲେ। ଥରେ କି ଦୁଇ ଥର ନୁହେଁ ଇତିମଧ୍ୟରେ ତିନି ତିନି ଥର ବିଧାୟକ ଭାବେ ଦାୟିତ୍ବ ନେଇସାରିଲେଣି। ଏବେ ମଧ୍ୟ ରାଜ୍ୟ ସରକାରଙ୍କ ଟାଣୁଆ ବିଭାଗର ମନ୍ତ୍ରୀ ଅଛନ୍ତି। କେବଳ ସେତିକି ନୁହେଁ, ଆଉ କେଉଁ ବିଧାୟକ କ'ଣ କଲେ, ସେ ଅଞ୍ଚଳ ରାଜନୀତିରେ ମୁଣ୍ଡ ପୂରେଇବା ଠାରୁ ଆରମ୍ଭ କରି ଟୀକା ଟିପ୍‌ପଣି ଦେବାରେ ସେ ମାହିର୍। କାର୍ପଟଦାର ଗୋଷ୍ଠୀର ଅନ୍ୟତମ କର୍ଣ୍ଣଧାର। ହେଲେ ବିଧାୟକ ନିଜ ଭୋଟରଙ୍କ ପ୍ରତି କରିଥିବା ପ୍ରତାରଣାର ଡୋରି ଡୋରି ଧୀରେ ଧୀରେ ଫିଟିବାରେ ଲାଗିଛି। ହଁ, ଆମେ ମହାକାଳପଡ଼ା ବିଧାୟକ ତଥା ରାଜ୍ୟ ସରକାରଙ୍କ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ କଥା କହୁଛୁ। ଅତନୁ ତାଙ୍କ ନିର୍ବାଚନମଣ୍ଡଳୀର ଏମିତି ବିକାଶ କରିଛନ୍ତି ଯେ ସ୍ବାଧୀନତାର ସାତ ଦଶନ୍ଧି ପରେ ବି ମହାକାଳପଡ଼ାର ଜମ୍ବୁ, ସୁନୀତି, ବତୀଘର, ତେରଗାଁ ଅଞ୍ଚଳରେ ରହୁଥିବା ପ୍ରାୟ ୫୦ ହଜାର ଲୋକଙ୍କ ଭାଗ୍ୟରେ ପରିବର୍ତ୍ତନ ଆସିପାରି ନାହିଁ। ପୋଲ ସେମାନଙ୍କ ପାଇଁ ଆଜି ବି ସାତ ସପନ ହୋଇ ରହିଛି। ଏତେ ସଂଖ୍ୟକ ଲୋକଙ୍କ ଯିବା ଆସିବା ମାଧ୍ୟମ ହେଉଛି ଡଙ୍ଗା। ଏମିତି ନୁହେଁ ଯେ ସରକାରଙ୍କ ଯୋଜନା ନ ଥିଲା। ବିଜୁ ସେତୁ ଯୋଜନାରେ ରାଜ୍ୟ ସରକାର ଅନେକ ଅଞ୍ଚଳକୁ ରାସ୍ତା ଯୋଡ଼ିଛନ୍ତି। ହେଲେ ସରକାରଙ୍କ ଏହି ଯୋଜନାର ଲାଭ ଏମାନଙ୍କ ନିକଟରେ ପହଞ୍ଚାଇପାରିନାହାନ୍ତି ବିଧାୟକ। ବରଂ ପ୍ରତିଥର ନିର୍ବାଚନ ଆସିଲେ, ପୋଲ ପ୍ରତିଶ୍ରୁତି ଦିଆଯାଏ, ବାସ୍ ତା' ପରେ ଯେଉଁ କଥାକୁ ସେହି କଥା। ପ୍ରତିଦିନ ଅତି ବିପଜ୍ଜନକ ଭାବେ ସେମାନେ ନଦୀ ପାର୍ ହେଉଛନ୍ତି। ଏହି ପ୍ରସଙ୍ଗଟି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଜମ୍ବୁ, ବତିଘର, ତେରଗାଁ, ବାହାକୁଦ ସେତୁ ଘୋଷଣା ଧୂଆଁବାଣ

ମହାକାଳପଡ଼ା ବ୍ଲକ୍‌ର ଐତିହ୍ୟ ପୃଷ୍ଠଭୂମି ରଖୁଥିବା ଅଞ୍ଚଳ ହେଉଛି ଜମ୍ବୁ। ବ୍ରିଟିସ୍ ଶାସନର ଅନେକ କୀର୍ତ୍ତିରାଜି ବହନ କରୁଥିବା ଏହି ଅଞ୍ଚଳକୁ ଏଯାଏ ପୋଲ ସ˚ଯୋଗ ହୋଇନପାରିବା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ସ୍ଥାନୀୟ ଲୋକଙ୍କର କହିବା କଥା ହେଉଛି- ଜମ୍ବୁ ସମେତ ସୁନୀତି ପଞ୍ଚାୟତର ପାଖାପାଖି ୨୦ହଜାରରୁ ଅଧିକ ଲୋକଙ୍କ ସବୁଦିନିଆ ଯାଆସର ମାଧୢମ ହେଉଛି ଡଙ୍ଗା। ବ୍ଲକ୍‌ କାର୍ଯ୍ୟାଳୟ ଅଥବା ସରକାରୀ ହସ୍ପିଟାଲ୍‌କୁ ଆସିବାକୁ ହେଲେ ଡଙ୍ଗାରେ ଗୋବରୀ ନଈ ପାର‌୍‌ ହେବାକୁ ପଡ଼ୁଛି। ଏପରିକି ଥାନାକୁ ଆସିବାକୁ ପଡ଼ିଲେ ବି ଜମ୍ବୁ ଲୋକଙ୍କୁ ଡଙ୍ଗାର ସାହାରା ନେବାକୁ ପଡ଼ୁଛି। ଅଞ୍ଚଳବାସୀଙ୍କ ଏ ପ୍ରକାର ଗମନାଗମନ ସମସ୍ୟାକୁ ଦୃଷ୍ଟିରେ ରଖି ଅତୀତରେ ପୋଲ ନିର୍ମାଣ ପାଇଁ ଯୋଜନା ହୋଇଥିଲା। ଟେଣ୍ତର‌୍‌ ବି ହେଲା। ଏହାସତ୍ତ୍ବେ କାହିଁକି ଯୋଜନା ଆଗକୁ ବଢ଼ିପାରିଲା ନାହିଁ, ତାହାର ଉତ୍ତର କାହାରି ପାଖରେ ନାହିଁ। ବତୀଘର ପଞ୍ଚାୟତବାସୀଙ୍କ ଅବସ୍ଥା ତ ଆହୁରି ଦୟନୀୟ। ନଦୀ, ସମୁଦ୍ର ପରିବେଷ୍ଟିତ ଏହି ପଞ୍ଚାୟତର ୯ଟି ଗାଁରେ ପାଖାପାଖି ୧୨ହଜାରରୁ ଅଧିକ ଲୋକେ ରହୁଛନ୍ତି। କିନ୍ତୁ ସେମାନଙ୍କ ଗମନାଗମନର ଏକମାତ୍ର ମାଧୢମ ହେଉଛି ଡଙ୍ଗା। ପ୍ରତିଦିନ ଶହ ଶହ ଲୋକ ଅତି ବିପଜ୍ଜନକ ଭାବେ ଡଙ୍ଗାରେ ଲଦାଲଦି ହେଇ ଘାଟ ପାର ହେଉଛନ୍ତି। ୨୦୧୯ରେ ଡଙ୍ଗାବୁଡ଼ି ଭଳି ଦୁଃଖଦ ଘଟଣାରେ ଏକାଧିକ ଲୋକଙ୍କ ପ୍ରାଣହାନି ଘଟିଥିବାର ନଜିର‌୍‌ ବି ରହିଛି। କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି ଯେ ଦିବ˚ଗତ ମନ୍ତ୍ରୀ ନଳିନୀକାନ୍ତ ମହାନ୍ତିଙ୍କ ସମୟରେ ବତୀଘରକୁ ପୋଲ ସ˚ଯୋଗ ପାଇଁ ହେଇଥିବା ଯୋଜନା ଆଜିଯାଏ ଫଳପ୍ରଦ ହେଇପାରିଲା ନାହିଁ।

୧୯୯୦ ମସିହାରେ ବତୀଘରକୁ ସ˚ଯୋଗ ପାଇଁ ଖରିନାସୀ ଘାଟଠାରେ ପୋଲ ନିର୍ମାଣର ଶୁଭ ଦିଆଯାଇଥିଲା। ଇତିମଧୢରେ ଶିଳାନ୍ୟାସକୁ ୩୩ ବର୍ଷ ପୂରିବାକୁ ବସିଥିଲେ ବି ପୋଲ ନିର୍ମାଣ ସମ୍ଭବ ହୋଇପାରିଲା ନାହିଁ। ବିଭିନ୍ନ ସମୟରେ ନେତା ପୋଲ ପ୍ରତିଶ୍ରୁତି ନାଁରେ ଭୋଟ୍‌ ହାତେଇ ବତୀଘରବାସୀଙ୍କୁ ଭଣ୍ତେଇବା ସାର ହେଇଛି। ଅନୁରୂପ ଅବସ୍ଥା ତେରଗାଁ ପଞ୍ଚାୟତରେ ପ୍ରାୟ ୧୦ହଜାର ଲୋକଙ୍କ କ୍ଷେତ୍ରରେ ବି ଦେଖିବାକୁ ମିଳିଛି। ପ˚ଚାୟତଠୁ ମାତ୍ର ଦୁଇରୁ ଅଢେ଼ଇ କିଲୋମିଟର‌ ଦୂରତାରେ ରହିଛି ମହାକାଳପଡ଼ା ବ୍ଲକ୍‌ କାର୍ଯ୍ୟାଳୟ, ତହସିଲ୍‌ ଓ ହସ୍ପିଟାଲ୍‌। କିନ୍ତୁ ପୋଲ ନ ଥିବାରୁ ପ୍ରତିଦିନ ଶହ ଶହ ଲୋକଙ୍କୁ ତେରଗାଁ ଘାଟରେ ଲୁଣା ନଦୀ ପାର‌୍‌ ହେବାକୁ ପଡ଼ୁଛି। ଅନ୍ୟଥା, ସଡ଼କ ପଥରେ ଗଲେ ଜାତୀୟ ରାଜପଥ ଦେଇ ଅଧିକ ପ୍ରାୟ ୩୦ କିଲୋମିଟର‌୍‌ ବୁଲିବାକୁ ପଡ଼ୁଛି।

ରାମନଗର ପ˚ଚାୟତର ବାହାକୁଦ ଫେରୀଘାଟ କଥା ନ କହିବା ଭଲ। ପାରାଦୀପକୁ ଦୈନନ୍ଦିନ କାମ କରିବାକୁ ଯାଉଥିବା ମହାକାଳପଡ଼ା ବ୍ଲକ୍‌ର ଅଧିକା˚ଶ ଲୋକେ ମୁଖ୍ୟତଃ ଏହି ଘାଟ ଉପରେ ନିର୍ଭରଶୀଳ। ପ୍ରତିଦିନ ଏହି ଘାଟରୁ ପ୍ରାୟ ପାଞ୍ଚରୁ ସାତ ହଜାର ଲୋକ ଜୀବନକୁ ବାଜି ଲଗାଇ ଅତି ବିପଦସ˚କୁଳ ଅବସ୍ଥାରେ ଡଙ୍ଗାରେ ମହାନଦୀ ପାର‌୍‌ ହେଇ ପାରାଦୀପ ଯାଉଛନ୍ତି ଓ ସ˚ଧ୍ୟାରେ ଫେରୁଛନ୍ତି। ଅତୀତରେ ଏକାଧିକ ଡଙ୍ଗା ବୁଡ଼ି ଓ ଦୁର୍ଘଟଣାର ମୂକସାକ୍ଷୀ ରହିଛି ଏହି ଘାଟ। କିନ୍ତୁ ଉଦ୍‌ବେଗର ବିଷୟ ଯେ ପୋଲ ନିର୍ମାଣ ପାଇଁ  ହୋଇଥିବା ପ୍ରୟାସ ସାକାର ରୂପ ନେଇପାରିଲା ନାହିଁ। ବାହାକୁଦ ଘାଟ ନିକଟରୁ ପାରାଦୀପକୁ ସ˚ଯୋଗ ହୋଇଥିବା ପୋଲ ପ୍ରସ୍ତାବଟି ଏବେବି ସରକାରୀ ନାଲିଫିତା ତଳେ ରହିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe