ଆଠଗଡ଼ ହାତୀ ମୃତ୍ୟୁ ଘଟଣା: ’ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ’

Advertisment
ବିଦ୍ୟୁତ୍‌ ଆଘାତରେ ହାତୀର ମୃତ୍ୟୁ, ବନବିଭାଗର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ

ଭୁବନେଶ୍ବର : ଆଠଗଡ଼ ହାତୀ ମୃତ୍ୟୁ ଘଟଣାକୁ ନେଇ ତିନି ଦିନ ହେଲା ନିରବ ଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଆଜି ମୁହଁ ଖୋଲିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଅମାତ କହିଛନ୍ତି ଯେ ହାତୀକୁ ଗୁଳି ମାଡ଼ ଏବଂ କଙ୍କାଳ ମିଳିବା ଘଟଣାକୁ ରାଜ୍ୟ ସରକାର ଗୁରୁତ୍ବର ସହ ନେଇଛନ୍ତି। ତିନିଜଣିଆ କମିଟି ଏହାର ତଦନ୍ତ କରି ମାସକ ମଧ୍ୟ‌ରେ ରିପୋର୍ଟ ପ୍ରଦାନ କରିବ। ଘଟଣାରେ ଯେ କେହି ବି ଦୋଷୀ ହୋଇଥାନ୍ତୁ ନା କାହିଁକି, କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ହାତୀଙ୍କ ପ୍ରତି ଆମେ ସମ୍ବେଦନଶୀଳ ରହିଛୁ।

publive-image The Statesman

ସେପଟେ ଜଙ୍ଗଲ ବିଭାଗ ପକ୍ଷରୁ ଏସ୍‌ଆଇଟି ଗଠନ ନିଷ୍ପତ୍ତିକୁ ଓଡ଼ିଶା ବନ୍ୟପ୍ରାଣୀ ସମିତି ପକ୍ଷରୁ ସ୍ବାଗତ କରାଯାଇଛି। ଏସ୍‌ଆଇଟିର ସଦସ୍ୟମାନେ ଆମୂଳଚୂଳ ତଦନ୍ତ କରି ଆଠଗଡ଼ରେ ଲଗାତାର ଭାବେ ବଢ଼ିଚାଲିଥିବା ଘଟଣା ଉପରୁ ପରଦା ହଟାଇବେ। ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଶାପୋଷଣ କରିଛନ୍ତି। ତେବେ ଗଠିତ କମିଟିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସମିତି ସମ୍ପାଦକ ବିଶ୍ବଜିତ୍‌ ମହାନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ ଗଠନ କରାଯାଇଥିବା କମିଟିର ତିନି ଜଣ ଯାକ ହେଉଛନ୍ତି ସରକାରୀ ଅଧିକାରୀ। ଜଣେ ବି ହେଲେ ସ୍ବେଚ୍ଛାସେବୀ ସଙ୍ଗଠନ କିମ୍ବା ବିଶେଷଜ୍ଞଙ୍କୁ ଏଥିରେ ସାମିଲ କରାଯାଇନାହିଁ। ବନ୍ୟପ୍ରାଣୀ ଅପରାଧ ସମ୍ପର୍କରେ ଜ୍ଞାନ ଥିବା ବିଶେଷଜ୍ଞଙ୍କୁ ସାମିଲ କରାଯାଉ। ତଦନ୍ତରେ ସ୍ବଚ୍ଛତା ଲାଗି ଆବଶ୍ୟକ ପଡ଼ିଲେ କିଛି ବିଶେଷଜ୍ଞଙ୍କ ନାଁ ପ୍ରସ୍ତାବ ଦେବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି ସେ ପିସିସିଏଫ୍‌ଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe