ଟାଙ୍ଗୀ : ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ସମ୍ମୁଖରେ ଥିବା ଇଣ୍ତିକ୍ୟାସ ଏଟିଏମରୁ ଚିରା,ପୋଡା ଏବଂ କାଗଜ ପେଷ୍ଟ ହୋଇଥିବା ୫୦୦ଟଙ୍କିଆ ନୋଟ ବାହାରୁଛି। ଏହାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଖବରରୁ ପ୍ରକାଶ ଆଜି ପୂର୍ବାହ୍ନରେ ଜଣେ ଛାତ୍ରୀ ନିଜ ଆକାଉଣ୍ଟରୁ ଟଙ୍କା ବାହାର କରିବା ପାଇଁ ଏହି ଥାନା ସମ୍ମୁଖ ଏଟିଏମ କୁ ଯାଇଥିଲେ। ସେ ସେଥିରୁ ୧୧ହଜାର ଟଙ୍କା କାଢିଥିଲେ। ଯେଉଁଥିରେ କେବଳ ୫୦୦ଟଙ୍କିଆ ୨୨ଖଣ୍ତ ନୋଟ ବାହାରିଥିଲା। ଆଶ୍ଚର୍ଯ୍ୟର ବିଷୟ ଏଟିଏମ୍ରୁ ବାହାରିଥିବା ସବୁ ନୋଟ୍ ଚିରା, ଫଟା, ପୋଡ଼ା ଏବଂ କାଗଜ ଅଠା ମରା ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଛାତ୍ରୀଙ୍କ ସମେତ ଅନେକ ଲୋକ ଏଭଳି ଅସୁବିଧାର ସମ୍ମୁଖିନ ହେଉଛନ୍ତି ବୋଲ ଚର୍ଚ୍ଚା ଚାଲିଥିବା ବେଳେ ଏଭଳି ଅପକର୍ମରେ କାହାର ହାତ ରହିଛି ତାଙ୍କୁ ଚିହ୍ନଟ କରି ବାହାର କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।
Follow Us